ପୁଅ ମୃତ୍ୟୁ ଖବର ଶୁଣି ମାଆ ମୃତ

ବିଡ଼ିପୁର: ପୁଅ ମୃତ୍ୟୁର ଗୋଟିଏ ଦିନ ପରେ ମାଆର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜମ ଜିଲ୍ଲା ଜଗନ୍ନାଥପ୍ରସାଦ ବିଡିପୁର ଅଂଚଳରେ । ଦେବସ୍ଥାନ କଲେଜର ପିଅନ ଭଞ୍ଜ କିଶୋର ରଥଙ୍କ ମଙ୍ଗଳବାର ଅସ୍ୱାଭାବିକ ମୃତ୍ୟୁ ହୋଇଛି । ପୁଅକୁ ଝୁରି ଝୁରି ମାଆ ସରୋଜିନି ରଥ ଆରପାରିକି ଚାଲିଯାଇଛିନ୍ତି । ଏଭଳି ପରିସ୍ଥିତିରେ ଏପଟେ ପୁଅ ଓ ସ୍ତ୍ରୀଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ଭଞ୍ଜଙ୍କ ବାପା କିଶୋର ରଥ । ଆଗକୁ ଘର କିପରି ଚଳିବ ସେଇ ଚିନ୍ତାରେ ଅଛନ୍ତି । ସରକାରୀ ସହାୟତା ଯୋଗାଇବାକୁ ସର୍ବ ସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।

Leave A Reply

Your email address will not be published.

10 − two =