ଭୁବନେଶ୍ବର: ରାଜ୍ୟରେ ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୨୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୦ଜଣ ସଙ୍ଗରୋଧ କେନ୍ଦ୍ରର ପଶ୍ଚିମବଙ୍ଗରୁ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟ ସାରି ଓଡ଼ିଶା ଫେରିଥିବା ୧୧ଜଣ କର୍ମଚାରୀ ଅଛନ୍ତି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୮, ଯାଜପୁର ଜିଲ୍ଲାରୁ ୮, ପୁରୀ ଜିଲ୍ଲାରୁ ୭, କଟକ ଜିଲ୍ଲାରୁ ୨୦, ଜଗତସିଂହପୁର ଜିଲ୍ଲାରୁ ୧, ଝାରସୁଗୁଡ଼ା ଜିଲ୍ଲାରୁ ୨, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ଜିଲ୍ଲାରୁ ୨୧, ମାଲକାନଗିରି ଜିଲ୍ଲାରୁ ୧, ନୟାଗଡ଼ ଜିଲ୍ଲାରୁ ୧, ନବରଙ୍ଗପୁର ଜିଲ୍ଲାରୁ ୩, ଗଜପତି ଜିଲ୍ଲାରୁ ୨୮, ସୁନ୍ଦରଗଡ଼ ଜିଲ୍ଲାରୁ ୬, ବଲାଙ୍ଗୀର ଜିଲ୍ଲାରୁ ୨, ମୟୂରଭଞ୍ଜ ଜିଲ୍ଲାରୁ ୩, କୋରାପୁଟ ଜିଲ୍ଲାରୁ ୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।