ଭୁବନେଶ୍ୱର: ରାଜ୍ୟରେ ଆଜି ୩୧୪୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୯ ଆକ୍ରାନ୍ତ ଅଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୪ ହଜାର ୧୪୨କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ଗତ ୩ଦିନ ୪ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାର ତଳେ ଥିଲା ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ୨୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ନୟାଗଡ ଜିଲ୍ଲାରୁ ୫୮, ଗଞ୍ଜାମ ଜିଲ୍ଲାରୁ ୩୮, ବଲାଙ୍ଗୀର ଜିଲ୍ଲାରୁ ୮୬, ବାଲେଶ୍ୱର ଜିଲ୍ଲାରୁ ୭୨, କୋରାପୁଟ ଜିଲ୍ଲାରୁ ୩୭, ଭଦ୍ରକରୁ ୧୦୧, ରାୟଗଡା ଜିଲ୍ଲାରୁ ୨୯, ପୁରୀ ଜିଲ୍ଳାରୁ ୧୨୨, ସୁନ୍ଦରଗଡ ଜିଲ୍ଲାରୁ ୧୦୫, ଜଗତସିଂହପୁର ଜିଲ୍ଲାରୁ ୭୭, ସମ୍ବଲପୁର ଜିଲ୍ଲାରୁ ୧୩୬, କଳାହାଣ୍ଡି ଜିଲ୍ଲାରୁ ୧୨୪, ଯାଜପୁର ଜିଲ୍ଲାରୁ ୧୦୧, କନ୍ଧମାଳ ଜିଲ୍ଳାରୁ ୧୧୬, କେନ୍ଦ୍ରାପଡା ଜିଲ୍ଲାରୁ ୮୨, ମାଲକାନଗିରି ଜିଳ୍ଲାରୁ ୨୮, ଗଜପତି ଜିଲ୍ଲାରୁ ୩୮, ମୟୁରଭଞ୍ଜ ଜିଲ୍ଲାରୁ ୧୧୫, ଝାରଖଣ୍ଡ ଜିଲ୍ଳାରୁ ୮୩, ଢେଙ୍କାନାଳ ଜିଲ୍ଲାରୁ ୭୩, ନବରଙ୍ଗପୁର ଜିଲ୍ଲାରୁ ୧୦୭, କେନ୍ଦୁଝର ଜିଲ୍ଲାରୁ ୬୩, ସୁବର୍ଣ୍ଣପୁର ଜିଲ୍ଳାରୁ ୮୬, ଅନୁଗୁଳ ଜିଲ୍ଲାରୁ ୧୨୮, ବରଗଡ ଜିଲ୍ଲାରୁ ୯୪, ନୂଆପଡା ଜିଲ୍ଳାରୁ ୧୧୪, ଦେବଗଡ ଜିଲ୍ଲାରୁ ୨୪ ଓ ବୌଦ୍ଧ ଜିଲ୍ଲାରୁ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଣେ ପୁଣି ୧୬ ଜଣଙ୍କ ମୃତୁ୍ୟ ଘଟିଛି । ରାଜ୍ୟରେ ଆଜି ଆଉ ୧୬ଜଣ ପ୍ରାଣ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତୁ୍ୟ ସଂଖ୍ୟା ୯୭୪କୁ ବୃଦ୍ଧି ପାଇଛି । ଆଜି ୧୬ ମୃତକଙ୍କ ମଧ୍ୟରୁ ବାଲେଶ୍ୱର, ଖୋର୍ଦ୍ଧା ଜିିଲ୍ଲାରୁ ୪ଜଣ ଲେଖାଁଏ, କଳାହାଣ୍ଡି, ମୟୁରଭଞ୍ଜ, ନୟାଗଡ ଜିଲ୍ଲାରୁ ୨ଜଣ ଲେଖାଁଏ, ଝାରସୁଗୁଡା , ସୁନ୍ଦରଗଡରୁ ଜଣେ ଲେଖାଁଏ ରହିଛନ୍ତି । ଏବେ ରାଜ୍ୟରେ ମୋଟ୍ ୨, ୧୩, ୬୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯, ୪୪୩ ରହିଛି ।