ପୁଲିସ ଡିଏସ୍‌ପି ପଦ​ରେ‌ ନିଯୁକ୍ତି ପାଇଲେ ହିମା

ଦିସପୁର୍‌  : ଆସାମ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ଶୁକ୍ରବାର ନିଯୁକ୍ତି ପାଇଛନ୍ତି ତାରକା ମହିଳା ସ୍ପ୍ରିଣ୍ଟର୍‌ ହିମା ଦାସ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ୍‌ ଶୁକ୍ରବାର ହିମାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଆସାମ ପୁଲିସ ବିଭାଗର ମହାନିର୍ଦେଶକ ତଥା ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
୨୧ ବର୍ଷୀୟ ହିମା ନିଜ ପ୍ରତିକ୍ରିୟାରେ କହିଥିଲେ ଛୋଟବେଳୁ ସେ ପୁଲିସ ଚାକିରି କରିବେ ବୋଲି ଆଶା ରଖିଥିଲେ, ଯାହାକି ପୂରଣ ହୋଇଛି। ଏପରିକି ତାଙ୍କ ମା’ ମଧ୍ୟ ଚାହୁଁଥିଲେ ସେ ପୁଲିସ ଚାକିରି କରନ୍ତୁ। ଆସାମ ପୁଲିସରେ ଚାକିରି କରି ଲୋକମାନଙ୍କ ସେବା କରିବାକୁ ମା’ ସର୍ବଦା ପ୍ରେରଣା ଦେଇ ଆସୁଥିଲେ। ଚାକିରି ସହ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ତଥା ଦେଶ ପାଇଁ ଅଧିକ ସୁନାମ ଆଣିବାକୁ ଚେଷ୍ଟା କରିବେ।

Leave A Reply

Your email address will not be published.

sixteen + 13 =