ଭୁବନେଶ୍ୱର: ୫-ଟି ଉପକ୍ରମ ଅଧିନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫ ଗୋଟି ନୁଆ ଅନଲାଇନ ସେବା ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ସେହି ୫ ଗୋଟି ସେବା ଗୁଡ଼ିକ ହେଲା (୧) ଇ-କଳିକା (୨) ମୋ ଛତୁଆ ଆପ୍ (୩) ଇ-ମାନଦେୟ ପୋର୍ଟାଲ (୪) ମମତା ଆପ୍ ଏବଂ (୫) ମୋ ଶିଶୁ ପୋର୍ଟାଲ ।
ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି ଆସୁଛି । ଏଥିପାଇଁ ପଂଚାୟତ ଅନୁÂାନ ମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୮୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯନô ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି । ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଆଜି ଲୋକାର୍ପିତ ୫-ଟି ଅନ୍ଲାଇନ୍ ସେବା, ପରିବର୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏ ଅବସରରେ ଉଦ୍ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଥିଲେ ଯେ ରାଜ୍ୟ ସରକାର ମହିଳା ଓ ଶିଶୁ ବିଭାଗର କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର କୋଣ ଅନୁକୋଣରେ ପ୍ରତି ପରିବାର ପାଖରେ ପହଂଚି ପାରିଛି ବୋଲି ଶ୍ରୀମତୀ ସାହୁ କହିଥିଲେ । ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଲୋକାର୍ପିତ ହୋଇଥିବା ଅନ୍ଲାଇନ ସେବା ବିଷୟରେ ସମ୍ୟକ ସୁଚନା ତାଙ୍କ ସ୍ୱାଗତ ଭାଷଣରେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ଇ-କଳିକା ଆପ ଜରିଆରେ କ୍ରେଚ୍ରେ ରହୁଥିବା ୩ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ପାଇଁ ଥିବା ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ତଦାରଖ କରାଯାଇପାରିବ । ଏଥିରେ ମା ମାନଙ୍କୁ ଶିଶୁ ମାନଙ୍କ ଯନô, ତତ୍ ସମ୍ବନ୍ଧୀୟ ତଥ୍ୟ, ପ୍ରତି ଶିଶୁର ଶାରୀରିକ ତଥା ବୌଦ୍ଧିକ ବିକାଶକୁ ନଜର ରଖାଯାଇପାରିବ ।