ପେଣ୍ଡ୍ରାଣୀ ମା ଙ୍କ ଯାତ୍ରା ମହା ଆଡମ୍ବର ସହକାରେ ପାଳିତ

* ୫ହଜାର ରୁ ଉର୍ଧ ଭକ୍ତ ଙ୍କ ସମାଗମ

ଉମରକୋଟ :  ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ଯାତ୍ରା ମହା ଆଡମ୍ବର ସହକାରେ ପାଳନ କରାଯାଇଛି।  ପ୍ରବଳ ଗରମ ସତ୍ୱେ ମା ଙ୍କ ଦର୍ଶନ ନିମନ୍ତେ  ୫ ହଜାରରୁ ଉର୍ଧ ଭକ୍ତ ଙ୍କ ସମାଗମ ହେଇଥିଲା। ଯାହା ମା ଙ୍କ ପ୍ରତି ଭକ୍ତଙ୍କ ପ୍ରତି କେତେ ଆସ୍ଥା ଓ ବିଶ୍ୱାସ  ରହିଛି ତାହା ଦର୍ଶାଉଥିଲା ।  ପ୍ରତ୍ୟେକ ବର୍ଷ ରଥଯାତ୍ରାର ଠିକ୍ ୧୬ ଦିନ ପରେ ଶ୍ରାବଣ ମାସରେ ମା ଙ୍କ ଯାତ୍ରା ଅନୁଷ୍ଠିତ ହୁଏ ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ମା ଙ୍କ ଯାତ୍ରା  ।  ସକାଳୁ ମାଁ ପେଣ୍ଡ୍ରାଣୀଙ୍କ  ମହାଆଳତି, ଷୋଳସ ଔପଚାର,ପଣା ଆଦି ରିତିନୀତି ଅନୁଯାୟୀ ମାଙ୍କୁ ପୂଜାଅର୍ଜନା କରାଯାଇଥିଲା। ଅପରାହ୍ନରେ ମା ଅଞ୍ଚଳବାସିଙ୍କୁ ସମସ୍ତ  ବିପଦ, ରୋଗରୁ ସୁରକ୍ଷା ଦେବା ସହ  ସମସ୍ତ ଭକ୍ତ  ଯେମିତି ସୁଖ ସମୃଦ୍ଧି ରେ ଜୀବନ ଯାପନ କରିବେ ସେଥିପାଇଁ ମା ଏକ ବିରାଟ ଶୋଭଯାତ୍ରାରେ  ବାହାରି ଶିରା, ଲାଠି,ପାଲିଙ୍କି, କୁର୍ଚି ସହ ହଜାର ହଜାର ଭକ୍ତଙ୍କ ଗହଣରେ ସହର ପରିକ୍ରମା କରିଥିଲେ।  ମନ୍ଦିର ପ୍ରାଙ୍ଗଣରେ ମାଙ୍କ ବାଦ୍ୟର ତାଳେ ତାଳେ ଦୀର୍ଘ ସମୟ ଧରି ନାଚିଥିଲେ ।  ମା ଙ୍କ ଶିରା ବଲ୍ଲଭ ମାଳି କଣ୍ଟା ଲାଗିଥିବା ଚୌକିରେ ବସି ଭକ୍ତ ଙ୍କୁ ଫୁଲ ଚାଉଳ ପ୍ରଦାନ କରିଥାନ୍ତି। ଯାହା ବେଶ ଆକର୍ଷଣୀୟ । ମା ଙ୍କ ଏହି ଯାତ୍ରା ଶହ ଶହ ବର୍ଷ ଧରି ଚାଲି ଆସୁଥିବା ଅନୁମାନ କରାଯାଉଛି। ମା ଙ୍କୁ ଯେ କୌଣସି ଭକ୍ତ ମନସ୍କାମନା କଲେ ତାହା ମା ପୂରଣ କରନ୍ତି ବୋଲି ଭକ୍ତଙ୍କ ବିଶ୍ଵାସ ରହିଛି, ତେଣୁ ମାଁ ଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳ ତଥା ପଡୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଶହ ଶହ ଭକ୍ତଙ୍କ ଭିଡ ଲାଗିଥାଏ। ମାଁ ଙ୍କ ଦର୍ଶନ କରିବା ପରେ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ଭକ୍ତଙ୍କ ଅଗାଢ ବିଶ୍ୱାସ ରହିଛି ଏହି ଯାତ୍ରା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

eighteen + nine =