ପୋଲିସ-ମାଓବାଦୀ ଗୁଳି ବିନିମୟ, ୪ ମାଓବାଦୀ ମୃତ

ଭୁବନେଶ୍ୱର/କନ୍ଧମାଳ: କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଅନ୍ତର୍ଗତ ବଙ୍ଗେର୍ ଗ୍ରାମ ନିକଟରେ ଥିବା ସିର୍ଲା ଜଙ୍ଗଲରେ ଆଜି ଭୋର ବେଳା ପୋଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଛି । ତନ୍ନଧ୍ୟରୁ ଜଣେ ମହିଳା ମାଓବାଦୀ ଓ ତିନି ଜଣ ପୁରୁଷ ମାଓବାଦୀଙ୍କ ମୃତ ଦେହ ମିଳିଛି । ଏହା ସହିିତ ପୋଲିସ କମ୍ବିଂଅପରେସନ୍ ଚଳାଇ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଥିବା କନ୍ଧମାଳ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ମାଓବାଦୀ-ପୋଲିସ ମଧ୍ୟରେ ଗୁଳିବିନିମୟ ଦୀର୍ଘ ସମୟ ଧଜାରି ଚାଲିଥିଲା । ଏହି ସୂଚନା ମିଳିବା ମାତ୍ରେ ଘଟଣା ସ୍ଥଳକୁ ଆଇଜି ଅପରେସନ ଓ ଡିଜି ଅଭୟ ଯାଇଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ପୋଲିସ ଓ ଜବାନଙ୍କ ଏହି ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯେଉଁ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ସେମାନେ ହେଉଛନ୍ତି କେକେବିଏମ କ୍ୟାଡର ମାଓବାଦୀ ଏବେ ଏହି ଡିଭିଜନର ନେତୁତ୍ୱ ନେଉଥିବା ଦଣ୍ଡର ପୋଲିସ ଗୁଳିବିନିମୟରେ ମୃତ୍ୟୁ ଘଟିଛି । ଅନ୍ୟ ତିନି ଜଣ ମଧ୍ୟ ଏହି ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, କନ୍ଧମାଳ ପୋଲସି ଓ ମାଓବାଦୀ ଗୁଳି ବିନିମୟରେ ୪ ବିଜିଏନ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଘଟିଛି । ତୁମୁୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଆଜି ସକାଳେ ପୋଲିସ ଓ ମାଓବାଦୀ ଗୁଳି ବିନିମୟ ଘଟଣା ଘଟିଥିବା ନେଇ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ଗୀତା ସିଂହ ସୂଚନା ଦେଇଛନ୍ତି । ଏହି ସମୟରେ ମାଓବାଦୀମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଓ କୁମ୍ବିଂ ଅପରେସନ ଜାରି ଥିବା ନେଇ ବି ସେ ସୂଚନା ଦେଇଛନ୍ତି । ଚଳିତ ସପ୍ତାହରେ ଓଡ଼ିଶା ପୋଲିସ ଅଧୀନରେ ଥିବା ଏକ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି) କନ୍ଧମାଳ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସମରବନ୍ଧା ଜଙ୍ଗଲ ଅଂଚଳରେ ଚାଲିଥିବା ଏକ ମାଓବାଦୀ ଶିବିରକୁ ଧ୍ୱଂସ କରିଥିବା ଜଣାଯାଇଥିଲା । ଏସଓଜି ଟିମ୍ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଲଦାପଦର ରିଜର୍ଭ ଜଙ୍ଗଲ ପରିସରରେ ସ୍ଥାପିତ ଶିବିରରେ ୫ ଜଣ ମହିଳା ମାଓବାଦୀଙ୍କ ସମେତ ପ୍ରାୟ ୧୫-୨୯ ଜଣ ମାଓବାଦୀ ଉପସ୍ଥିତ ଥିଲେ । ଏସଓଜି ଟିମ୍ ସେମାନଙ୍କୁ ଧରିବା ପାଇଁ ଜୁନ୍ ୨୯ ତାରିଖରେ ଜଙ୍ଗଲରେ ଏକ ଅପରେସନ୍ ଆରମ୍ଭ କରିଥିଲେ । ତେବେ ସଂଖ୍ୟାଧିକ ମାଓବାଦୀ ଘଂଚ ଜଙ୍ଗଲକୁ ଖସିଯିବାରେ ସଫଳ ହୋଇଥିଲେ । ତେବେ ଘଟଣାସ୍ଥଳରୁ ପାରାମିଲିଟାରୀ ୟୁନିଟ୍ ୟୁରିଆ, ବନ୍ଧୁକ ଏବଂ ଅନ୍ୟାନ୍ୟ ବିସ୍ଫୋରକ ପଦାର୍ଥ ସହିତ ୧୫ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ସର୍ଚ୍ଚ ଅପରେସନକୁ ଜୋରଦାର କରି ଏସଓଜି ଟିମ୍ ୨୮ଟି ଡିଟୋନେଟର, ମଲ୍ଟିମିଟର, ବ୍ୟାଗ, ବ୍ଲାକ୍ କ୍ୟାପ୍, ରିଚାର୍ଜ ଯୋଗ୍ୟ ବ୍ୟାଟେରୀ, କ୍ୟାମ୍ପ ଉପକରଣ, ମାଓବାଦୀ ବ୍ୟାନର, ପୋଷ୍ଟର ଏବଂ ସାହିତ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.

five × 2 =