ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗରରେ ଆସନ୍ତା ୨୨ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୨ରୁ ୨୫ତାରିଖ ମଧ୍ୟରେ ଏହା ଉତର-ପଶ୍ଚିମ ଦିଗରେ ଗତି କରି ବାତ୍ୟା ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଓଡିଶା ଉପରେ ଏହାର ନିଶ୍ଚିତ ପ୍ରଭାବ ରହିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ୨୪ ତାରିଖ ସୁଦ୍ଧା ଲଘୁଚାପ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା ୨୫ ତାରିଖ ସନ୍ଧ୍ୟାରୁ ରାଜ୍ୟର ଉପକୂଳବର୍ତୀ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ । ତେବେ କେଉଁଠି କେତେବେଳେ ଏହାର ପ୍ରଭାବ ପଡିବ ତାହା ଏବେଠୁ କହିହେବ ନାହିଁ । ବାତ୍ୟାର ତ୍ରୀବତା କେତେ ରହିବ ତାହା ଲଘୁଚାପ ସୃଷ୍ଟି ହେବା ପରେ ଜଣାପଡିବ । ତେବେ ୨୬ ତାରିଖରେ ଉପକୂଳ ଛୁଇଁବା ପରେ ବାତ୍ୟା ଏବଂ ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଓଡିଶା ଉପକୂଳରେ ଏହାର ପ୍ରଭାବ ନିଶ୍ଚିତ ବୋଲି ସେ କହିଛନ୍ତି । ସାମ୍ଭାବ୍ୟ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ଉତର ଓଡିଶା ଓ ପଶ୍ଚିବଙ୍ଗର ଦକ୍ଷୀଣ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ଉତର -ପଶ୍ଚିମଦିଗରେ ଗତି କରିବା ବେଳେ ଘଂଟା ପ୍ରତି ୪୦ରୁ ୫୦କି.ମି ବେଗରେ ପବନ ବହିବ । ତେବେ ଉପକୂଳ ଛୁଇଁବା ସମୟରେ ପବନର ବେଗ ଅଧିକ ରହିବ । ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟ ମଧ୍ୟରେ ଆଣ୍ଡାମାନ, ଦକ୍ଷୀଣ-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନ ଯିବା ଲାଗି ସେ ମସଃଜୀବିମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମ୍ଭାବ୍ୟ ଲଘୁଚାପ ଯଦି ବାତ୍ୟାରେ ପରିଣତ ହୁଏ ତେବେ ଏହାର ନାଁ ‘ୟାଶ୍’ ରହିବ ।