ବଢିବ ବିଧାୟକଙ୍କ ବେତନ, ଭତା

ଭୁବନେଶ୍ୱର, ୧୫ ।୩ (ନିପ୍ର) : ବିଧାନସଭାରେ ଆଜି ବିଧାୟକମାନଙ୍କ ବେତନ ବୃଦ୍ଧି ପ୍ରସଙ୍ଗ ଉଠିଥିଲା ବେଳେ ବିଲ୍ ଆଗତ ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ସବୁ କମିଟି ରିପୋର୍ଟ ଦେଲା ପରେ ମଧ୍ୟ ସରକାର କ’ଣ ନିଷ୍ପତ୍ତି ନେଲେ ଜଣା ପଡୁନାହିଁ । ବାଚସ୍ପତି ସରକାରଙ୍କୁ ଉଦେଶ୍ୟ ଦିଅନ୍ତୁ ସେ ସମ୍ପର୍କରେ ବିଲ ଆଣନ୍ତୁ, ଚଲିବା କଷ୍ଟକର ହେଉଛି ।
ଗୃହରେ ସବୁ ସଦସ୍ୟଙ୍କ ଉଦବେଗ ପ୍ରକାଶ ପାଉଛି । ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ପାଇଁ କମିଟି ତାହାର ରିପୋର୍ଟ ଦେଇସାରିଛନ୍ତି । ରିପୋର୍ଟ ସଂସଦୀୟ ବ୍ୟାପର ବିଭାଗକୁ ପଠାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉପସ୍ଥିତ ଅଛନ୍ତି । ସେ ଗୃହର ନେତାଙ୍କ ସହ ଆଲୋଚନା କରନ୍ତୁ, ଗୃହକୁ ବିଲ କେମିତି ଆସିବ ସମୟଚିତ ପଦକ୍ଷେପ ନିଅନ୍ତୁ । ଶ୍ରୀ ମିଶ୍ରଙ୍କୁ ସମର୍ଥନ କରି ବିଧାୟକ ଅମର ଶତପଥୀ କହିଥିଲେ ଯେ, ପୂର୍ବତନ ବିଧାୟକମାନେ ମଧ୍ୟ ଅସୁବିଧାରେ ଅଛନ୍ତି । ମୁଁ ରିପୋର୍ଟ ଦେଇ ସାରିଛି । ଦିଲ୍ଲୀର ବିଧାୟକ ମାନଙ୍କ ଦରମା ବୃଦ୍ଧି ହୋଇଛି । ଏହି ପ୍ରସଙ୍ଗକୁ ନେଇ ତାରା ବାହିନୀପତି ଓ ମୋହନ ମାଝୀ ଉଦବେଗ ପ୍ରକାଶ କରିଛନ୍ତି । ସେହିପରି ବିଧାୟକଙ୍କ ଦରମା ବଢିବା ବୃଦ୍ଧି ପ୍ରସଙ୍ଗ ସମ୍ପର୍କିତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

Leave A Reply

Your email address will not be published.

17 + 1 =