ବଢିଲା ବିଦ୍ୟୁତ୍ ଦର

ଭୁବନେଶ୍ୱର: ରାଜ୍ୟରେ ଆଜି ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ବିଦ୍ୟୁତ୍ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । ଫଳରେ ଏଣିକି ଉପଭୋକ୍ତାମାନଙ୍କୁ ଅଧିକ ବିଦ୍ୟୁତ୍ ଶୁଳ୍କ ଦେବାକୁ ହେବ ।
ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସମ୍ପର୍କରେ ଘୋଷଣା କରି ଓଇଆରସିର ସଚିବ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ଯେ, ଏହି ବର୍ଦ୍ଧିତ ଦର ଆସନ୍ତା ଏପ୍ରିଲ ୪ ତାରିଖରୁ ଲାଗୁ ହେବ । ଏଣିକି ୧ରୁ ୫୦ ୟୁନିଟ୍ ମଧ୍ୟରେ ଉପଭୋକ୍ତାଙ୍କୁ ୟୁନିଟ୍ ପିଛା ୨ଟଙ୍କା ୭୦ ପଇସା ବଦଳରେ ୩ଟଙ୍କା ଦେବାକୁ ପଡିବ । ସେହିପରି ୫୧ରୁ ୨୦୦ ୟୁୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାରୀକାରୀଙ୍କୁ ୪ଟଙ୍କା ୫୦ ପଇସା ବଦଳରେ ୪ଟଙ୍କା ୮୦ ପଇସା, ୨୦୧ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାରୀକାରୀଙ୍କୁ ୟୁନିଟ୍ ପିଛା ୫ଟଙ୍କା ୫୦ ପଇସ ବଦଳରେ ୫ଟଙ୍କା ୮୦ ପଇସା ଏବଂ ୪୦୧ରୁ ଅଧିକ ୟୁନିଟ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ୫ଟଙ୍କା ୯୦ ପଇସାରୁ ୬ଟଙ୍କା ୨୦ ପଇସା ଦେୟ ଦେବାକୁ ହେବ । ତେବେ ବିପିଏଲ୍ ଏବଂ କୃଷି ଜଳସେଚନ କ୍ଷେତ୍ରରେ ବିଦ୍ୟୁତ୍ ଦର ଅପରିବର୍ତିତ ରହିଛି । ଘରୋଇ ସିିଙ୍ଗିଲ ଫେଜ୍ ଉପଭୋକ୍ତାଙ୍କୁ ୨% ରିହାତି ଦିଆଯାଇଛି । ସେହିପରି ପ୍ରିପେଡ୍ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମଧ୍ୟ ୨% ରିହାତି ମିଳିବ । ଉଭୟ ଉପଭୋକ୍ତାଙ୍କୁ ମଧ୍ୟ ଏହି ରିହାତି ମିଳିବ । ତେବେ ମାସିକ ସର୍ବନିମ୍ନ ଦେୟ ଏବଂ ମିଟର ଦେୟ ଅପରିବର୍ତିତ ରହିଛି । ସେହିପରି ବିତରଣ ତାରିଫ୍ ୟୁନିଟ୍ ପିଛା ୨୫ପଇସାରୁ ୨୮ପଇସାକୁ ବୃଦ୍ଧି ପାଇଛି ।
ସେ ଆହୁରି କହିଛନ୍ତି ଯେ, ଗତ ବର୍ଷ ତୁଳନାରେ ବିଦ୍ୟୁତ୍ ଶୁଳ୍କ ୫.୬% ବୃଦ୍ଧିି ପାଇପାଇଛି । ବିଦ୍ୟୁତ୍ କମ୍ପାନୀ, ବିତରକ କମ୍ପାନୀ ଓ ଉପଭୋକ୍ତାଙ୍କ ସହ ଆଲୋଚନା ସହ ବିଦ୍ୟୁତ୍ ଦର ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ପାଇ ନିଷ୍ପତି ନିଆଯାଇଛି ।
ସୂଚନାଯାଗ୍ୟ ଯେ, ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସମୟରେ ରାଜ୍ୟରେ ବର୍ଷକ ମଧ୍ୟରେ ୨ଥରରେ ୟୁନିଟ୍ ବିଦ୍ୟୁତ୍ ଶୁଳ୍କ ୫୦ ପଇସା ବୃଦ୍ଧି ହୋଇଛି । ଗତ ବର୍ଷ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ପାଇଥିଲା ବେଳେ ଚଳିତ ବର୍ଷ ୩୦ ପଇସା ବୃଦ୍ଧି ପାଇଛି । ଏହି ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ କଂଗ୍ରେସ, ବିଜେପି ସମେତ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଦୃଢ ବିରୋଧ କରିଛନ୍ତି । ରାଜ୍ୟସରକାରଙ୍କର ଏହା ରାଜ୍ୟବାସୀଙ୍କୁ ହୋଲି ଉପହାର ବୋଲି ବିରୋଧିଦଳ ଗୁଡିକ କହିଛନ୍ତି ।

Leave A Reply

Your email address will not be published.

4 × four =