ବଦଳିଲେ ୫ ବରିଷ୍ଠ ଆଇଏଏସ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୫ଜଣ ବରିଷ୍ଠ ଆଇଏଏସ ଅଫିସରକୁ ବଦଳି କରିଛନ୍ତି । ଖଣି ଓ ଇସ୍ପାତ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଥିବା ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର (ଏପିସି) ଭାବେ ଅବସ୍ଥାପିତ କରିଛନ୍ତି । ସେହିପରି ଶ୍ରମ ଓ ଇସଆଇ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ଜଳ ସମ୍ପଦ ବିଭାଗ ସଚିବକୁ ବଦଳି କରାଯାଇଥିବା ବେଳେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି । ଏମ୍ଏସ୍ଏମଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗ ସଚିବ ରୂପେ ବଦଳି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇସଆଇ ବିଭାଗର ସଚିବ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.

four × one =