ବର୍ଷା ବଢ଼ିବ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ଥିବା ବେଳେ ଉତର ଛତିଶଗଡ଼ ଉପରେ ବି ଆଉ ଏକ ଘୂର୍ଣ୍ଣିବଳୟ ରହିଛି । ଏଥି ସହିତ ମୌସୁମୀ ପୁଣି ଥରେ ସକ୍ରିୟ ହେବା ସମ୍ଭାବନା ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ । ୩ରୁ ବର୍ଷା ଅଧିକ ହେବା ସହିତ ୫ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ଥିବାନେଇ ପୂର୍ବାନୁମାନ କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ । ରାଜ୍ୟରେ ଜୁନ୍ରେ ହାରାହାରି ବର୍ଷା ସ୍ୱାଭାବିକ ଅଛି । ତଥାପି ଉପକୂଳ ଓଡ଼ିଶାର ୫ ଜିଲ୍ଲାରେ ବର୍ଷା ଅଭାବ ରହିଛି । ଜୁନ୍ ପହିଲାରୁ ଜୁଲାଇ ପହିଲା ଭିତରେ ଓଡ଼ିଶାରେ ସ୍ୱାଭାବିକ ତୁଳନାରେ ୧୪% ଅଧିକ ବର୍ଷା ହୋଇଛି । ହେଲେ କଟକରେ ୨୩%, ଖୋର୍ଦ୍ଧାରେ ୨୫%, ପୁରୀରେ ୪୨%, ଜଗତସିଂହପୁରରେ ୨୧%, କେନ୍ଦ୍ରପଡ଼ାରେ ୩୫% ଓ ଯାଜପୁରରେ ୪୨% କମ୍ ପର୍ଷିଛି ମୌସୁମୀ । ଝାରସୁଗୁଡ଼ାରେ ୭୯% ଅଧିକ ବର୍ଷା ହୋଇଛି । ୧୦ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ଏବଂ ୧୪ ଜିଲ୍ଲାରେ ସ୍ୱାଭାବିକଠରୁ ଅଧିକ ଏବଂ ୧୪ ଜିଲ୍ଳାରେ ସ୍ୱାଭାବିକ ବର୍ଷା ହୋଇଛି । ଶ୍ରୀ ଦାସଙ୍କ ଆକଳନ ହେଲା, ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜମ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍ ଆଭ୍ୟନ୍ତ୍ରରୀଣ ଓଡ଼ିଶାର କେତକ ଜାଗାରେ ଘଡ଼ଘଡି ଓ ବର୍ଷା ସମ୍ଭାବନା ଅଛି ।

Leave A Reply

Your email address will not be published.

11 − 4 =