ବସ୍ତିରେ ଗଞ୍ଜାମ ଫେରନ୍ତାଙ୍କୁ ନେଇ ଉତେଜନା

ଭୁବନେଶ୍ୱର: ମଂଚେଶ୍ୱର ଓ ସହିଦନଗର ଥାନା ଅଂଚଳର କିଛି ବସ୍ତିରେ ଗଞ୍ଜାମ ଫେରନ୍ତାଙ୍କୁ ନେଇ ଉତେଜନା ଦେଖାଯାଇଥିଲା । ରାଜ୍ୟରେ ଗଞ୍ଜାମ ସର୍ବାଧିକ କରୋନା ପ୍ରବଣ ଜିଲ୍ଲା ହୋଇଥିବାରୁ ସେଠାରୁ ଭୁବନେଶ୍ୱର ଫେରୁଥିବା ଲୋକଙ୍କୁ ନେଇ ବସ୍ତିଗୁଡ଼ିକରେ ଉତେଜନା ସୃଷ୍ଟି ହୋଇଥିଲା । ତେବେ ଗୋଷ୍ଠୀ ସଂଘର୍ଷ ପୂର୍ବରୁ ସ୍ଥାନୀୟ ଥାନା ପିସିଆର୍ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା । ବସ୍ତିକୁ ଫେରିଥିବା ଲୋକଙ୍କୁ ବିଏମ୍ସି ଓ ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ କ୍ୱାରାଂଟାନ୍ରେ ରଖିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଆପୋଲୋ ହସ୍ପିଟାଲ୍ ସମ୍ମୁଖ ବିଶେଶ୍ୱର ବସ୍ତି, ମଂଚେଶ୍ୱର ଆଦିବାସୀ ବସ୍ତି ଓ ଧିରିକୁଟି ସାହି ବସ୍ତିରେ ଘଟିଥିବା ଏହି ଘଟଣାଗୁଡ଼ିକ ନେଇ ଆଜି ଦିନତମାମ୍ ପୋଲିସ ଓ ବିଏମ୍ସି କତୃପକ୍ଷ ନାକେଦମ ହୋଇଥିଲେ । ସୂଚନା ଅନୁସାରେ ଦୁଇ ଜଣ ବସ୍ତିବାସିନ୍ଦା ଦୀର୍ଘ ୩ ମାସ ପରେ ବିଶେଶ୍ୱର ବସ୍ତିକୁ ଫେରିଥିଲେ । ତାଲାବନ୍ଦ ଲାଗୁ ଦେଇନଥିଲେ । ବସ୍ତିବାସିନ୍ଦା ମାନେ ସେମାନଙ୍କୁ ପ୍ରଥମେ ସଂଗରୋଧ କେନ୍ଦ୍ର ଯିବାପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ନେଇ ସେମାନଙ୍କୁ ମଧ୍ୟରେ କଥା କଟାକଟିରୁ ଉତେଜନା ପ୍ରକାଶ ପାଇଥିଲା ଓ ଶେଷରେ ପୋଲିସ ଯାଏ କଥା ଯିବା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ପଡ଼ିଥିଲା । ସେହିଭଳି ଅନ୍ୟ ଏକ ଘଟଣା ଘଟିଥିଲା ମଂଚେଶ୍ୱର ଧିରିକୁଟି ସାହିରେ । ସେଠାରୁ କେତୋଟି ପରିବାରର ଲୋକ ଗତ ଦୁଇ ଦିନ ପୂର୍ବେ କୌଣସି ଜରୁରି କାମରେ ଗଞ୍ଜାମ ଯାଇଥିଲେ ଓ ଆଜି ଧିରିକୁଟି ସାହିକୁ ଫେରିଥିଲେ । ମାତ୍ର ସେମାନେ ବସ୍ତିରେ ପହଂଚିବାର କିଛି ସମୟ ପରେ ଆଶାକର୍ମୀ ଓ ପରେ ପରେ ବିଏମ୍ସି କର୍ମଚାରୀମାନେ ସେମାନଙ୍କ ପାଖରେ ପହଂଚିବାର କିଛି ସମୟ ପରେ ସେମାନଙ୍କୁ ଉତରାସ୍ଥିତ ଏକ ସଂଗରୋଧ କେନ୍ଦ୍ରକୁ ନେଇ ଯାଇଥିଲେ । ଏହାକୁ ନେଇ କିଛି ସମୟ ଧରି ସେଠାରେ ପାଟିତୁଣ୍ଡ ହୋଇଥବଲା ।

Leave A Reply

Your email address will not be published.

nineteen + fifteen =