ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡରେ ତିନି ରଥ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଜୋର । ଆଜି ତିନି ରଥ ଦକ୍ଷିଣ ମୋଡ ନେଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱରା ପାଖକୁ ଆସିବେ ତିନି ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହୋଇଛି । ଶରଧବାଲିରେ ବାହୁଡ଼ାଯାତ୍ରୀ ପାଇଁ ପ୍ରସ୍ତୁତି ହୋଇ ରହିବେ ତିନି ରଥ । ପରମ୍ପରା ଅନୁଯାୟୀ ପ୍ରଥମେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ ପାଇଁ ଶରଧାବାଲିକୁ ନିଆଯିବ । ଏହାପରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥକୁ ଟାଣି ଦକ୍ଷିଣ ମୋଡ଼ କରାଯିବ । ସେପଟେ ପୁରୀରେ ମହାପ୍ରଭୁୁଙ୍କ ବାହୁଡା ଯାତ୍ରା ପାଇଁ ଜାରି ହେଲା କର୍ଫ୍ୟୁ । ଜୁନ୍ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏ କର୍ଫ୍ୟୁ ବଳବତର ରହିବ । ସାରା ଜିଲ୍ଲାରେ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ପୁରୀରେ କଡ଼ା କଟକଣା ଲାଗୁ ହେବ । ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍ କରାଯିବ । ବଡଦାଣ୍ଡରେ ଥିବା ସବୁ ଘର ଓ ଧର୍ମସ୍ଥଳକୁ ପ୍ରଶାସନ ପକ୍ଷରୁ ଯାଂଚ କରାଯିବ । ପରିବାର ସଦସ୍ୟଙ୍କ ବ୍ୟତୀତ ଘରେ ଅନ୍ୟ କେହି ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୋକାନ ବଜାର ବନ୍ଦ ରହିବ । ବିନାା ଜରୁରୀ କାମରେ ପୁରୀ ବାସିନ୍ଦାଙ୍କୁ ବଡଦାଣ୍ଡକୁ ବାହାରିବାକୁ ମନା କରାଯାଇଛି । ତେବେ କର୍ଫ୍ୟୁ ସମୟରେ ସ୍ୱାସ୍ଥ୍ୟ ସେବା ଓ ଜରୁରୀ ସେବା ଜାରି ରହିବ । ରଥଯାତ୍ରା ଭଳି ବାହୁଡା ଯାତ୍ରା ପାଇଁ ପୁରୀ ବାସିନ୍ଦାଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ । ସୂଚନା ଯୋଗ୍ୟ, ରଥ ଯାତ୍ରା ହେବା ନହେବା ନେଇ ଆଶଙ୍କା ବଢୁଥିଲା ବେଳେ ରଥଯାତ୍ରା କରିବା ସପକ୍ଷରେ କେତେକ ସୁପ୍ରିମକୋର୍ଟରେ ପ୍ରଥମେ ମାମଲା ରୁଜୁ କରିଥିଲା ବେଳେ ଏହା ନକରିବାକୁ ନିର୍ଦେଶ ମିଳିବାରୁ ଏଥିନେଇ ଅନେକ ପ୍ରତିକ୍ରିୟାଶୀଳ ହୋଇ ପୁର୍ନବାର ସର୍ବୋଚ୍ଚ କୋର୍ଟରେ ମାମଲା ଦାୟର କରିଥିଲେ । ପୁର୍ନବାର ମୁଖ୍ୟ ବିଚାରପତି ବୋବ୍ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପିଠ ଏଗୁଡିକର ବିଚାରକରି ରାୟ ପ୍ରଦାନ ସହ ପ୍ରକାଶ କରିଥିଲେ ଯେ ବିନା ଭକ୍ତରେ କେବଳ ପୁରୀରେ ଏହି ରଥଯାତ୍ରା କରାଯାଇପାରେ ଓ ତାହା ହିଁ ଘଟିଥିଲା ।

Leave A Reply

Your email address will not be published.

1 × five =