ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ବର୍ଦ୍ଧିତ ହୋଲ୍ଡିଂ ଟିକ୍ସ୍ ବୃଦ୍ଧି ସ୍ଥଗିତ ରଖାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ହାଇକୋର୍ଟରେ ମାମଲା ବିଚାରଧିନ ଥିବାରୁ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟକୁ ସ୍ଥଗିତ ରଖାଯାଇଛି । ହାଇକୋର୍ଟର ରାୟ ନଆସିବା ପର୍ଯ୍ୟନ୍ତ ପୁରୁଣା ଦରରେ ହୋଲ୍ଡିଂ ଟିକସ୍ ଆଦାୟ ହେବ ।
ଅନ୍ୟପକ୍ଷରେ ହୋଲ୍ଡିଂ ଟିକସ ବୃଦ୍ଧିକୁ ମଧ୍ୟ ଜନସାଧାରଣ ବିରୋଧ କରିବା ପରିପ୍ରେକ୍ଷୀରେ ଲୋକଙ୍କ ଭାବବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବର୍ଦ୍ଧିତ ହୋଲ୍ଡିଂ ଟିକସ୍ ଆଦାୟକୁ ସ୍ଥଗିତ ରଖ୍ôବା ପାଇଁ ନିଦେ୍ର୍ଧଶ ଦେଇଥିବା ଶ୍ରୀ ଜେନା କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ମହାନଗର ନିଗମ ହୋଲ୍ଡିଂ ଟିକସ ୧୦ ଗୁଣା ବୃଦ୍ଧି କରିଥିଲା ବେଳେ ଜମିର ନିଦ୍ଧାରିତ ମୁଲ୍ୟ ଉପରେ ୦.୫% ସମ୍ପତି କର ମଧ୍ୟ ବୃଦ୍ଧି କରିଛନ୍ତି । ତେବେ ବିଏମ୍ସିର ଏହି ବଦ୍ଧିତ ଟିକସକୁ ବିଭିନ୍ନ ରାଜନୈତିକ ଦଳ, ସଂଗଠନ ଓ ଜନସାଧାରଣ ଦୃଢ ବିରୋଧ କରିଛନ୍ତି ।