ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ତମ ଜୟନ୍ତୀ ଅବସରରେ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସି ଜରିଆରେ କହିଛନ୍ତି ଯେ, ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ବ୍ୟବସ୍ଥାରେ ପରିବର୍ତନ ଆଣି ଲୋକଙ୍କ ବିକାଶ କରିବା ହେଉଛି ବିଜେଡିର ଲକ୍ଷ୍ୟ । ବିଜୁ ବାବୁ ସଦାସର୍ବଦା ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଲକ୍ଷ୍ୟ ରଖିଥିଲେ । ସେବା ଓ ସ୍ୱାଭିମାନ ଥିଲା ବିଜୁ ବାବୁଙ୍କ ଲକ୍ଷ୍ୟ ଓ ଆଦର୍ଶ । ତାଙ୍କର ନୀତି, ଆଦର୍ଶ ଆଦି ଚିନ୍ତା ଧାରା ସମାଜର ପ୍ରତିଟି କ୍ଷେତ୍ରରେ ପ୍ରତିପଳିତ । ଗାଁର ବିକାଶ ଆମ ପାଇଁ ସବୁଠୁ ବଡ ପୁରସ୍କାର ପାଲଟିଛି ଓ ଏଥିରେ ଆମକୁ ଆହୁରି ଆଗକୁ ଚାଲିବାକୁ ହେବ । ଓଡିଶାର ସ୍ୱାଭିମାନ ପାଇଁ ଲଢେଇ ଜାରୀ ରଖିବାକୁ ପଡିବ । ବିଜୁ ବାବୁ ଆଦର୍ଶକୁ ପାଥେୟ କରି ଆମ ଦଳ କାମ କରିଚାଲିଛି ।ଏବେ ହାଇସ୍କୁଲ ପିଲାଙ୍କ ପାଇଁ ମେଡିକାଲ୍ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ସୁଯୋଗ ସୃଷ୍ଟି ହେଉଛି ଗାଁର କଚ୍ଚା ଘର ପକ୍କା ହୋଇଛି । ଗାଁ ଦାଣ୍ଡ ବିଜୁଳି ଆଲୋକରେ ଉଜ୍ଜଳ ହୋଇ ଉଠିଛି । ସେହିପରି ମିଶନ ଶକ୍ତି ବିକାଶ ଯୋଗୁଁ ମାଁ ମାନେ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଏହି ଅବସାରରେ ଶ୍ରୀ ପଟ୍ଟନାୟକ ୩ହଜାର ସେବା କେନ୍ଦ୍ର ସମେତ ଓଡିଶା ୱାନ୍ ପୋର୍ଟାଲ ଲୋର୍କାପିତ କରି କହିଛନ୍ତି ଯେ, ରାଜ୍ୟର ପ୍ରତିପଞ୍ଚାୟତରେ ମୋ ସେବା କେନ୍ଦ୍ର କରାଯାଇ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘର ପାଖରେ ସେବା ଯୋଗାଇ ଦିଆଯିବ । ତଦ୍ଧ୍ୱାରା ୮ହଜାର ଯୁବକ ଯୁବତୀଙ୍କ ପାଇଁ ଆତ୍ମ ନିଯୁକ୍ତି ସୁଯୋଗ ମିଳିପାରିବ । ବ୍ୟବସ୍ଥାରେ ପରିବର୍ତନ ଆଣି ଲୋକଙ୍କ ବିକାଶ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହୋଇଥିବାରୁ ୫-ଟି ଓ ମୋ ସରକାର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ଏବଂ ସେବା ଓ ସମ୍ମାନ ଏହି ସରକାରଙ୍କ ମୂଳମନ୍ତ୍ର । ଏହି ସଭାରେ ବହୁ ବିଜେଡି ତୁଙ୍ଗ ନେତା ଓ କର୍ମୀ ଯୋଗ ଦେଇଥିଲେ । ବିଜୁ ବାବୁଙ୍କୁ ପ୍ରଥମେ ମାଲ୍ୟାର୍ପଣ କରାଯାଇଥିଲା । ନବୀନ କହିଥିଲେ, ମାଆଟିଏ ଯେତେବେଳେ ପଞ୍ଚାୟତ ଘରେ ବସି ବିକାଶ କଥା ଚିନ୍ତା କରୁଛି କିମ୍ବା ମିଶନ ଶକ୍ତିର ମାଆ ଯେତେବେଳେ ଋୁଣ ଆଣି ବ୍ୟବଯାୟ କରି ପରିବାର ପାଇଁ ସମୃଦ୍ଧି ଆଣୁଛି ସେଠାରେ ବିକାଶର ଚିତ୍ର ଉଜ୍ୱଳ ଦିଶୁଛି । ହେଲେ ଆଗକୁ ଆହୁରି ବାଟ ଯିବାକୁ ଅଛି ଏବଂ ଆହୁରି ଅଧିକ କରିବାକୁ ଅଛି ।