ବିଧାନସଭାରେ ଖାଇବା ତେଲ ପ୍ରସଙ୍ଗ

ଭୁବନେଶ୍ୱର: ଖାଇବା ତେଲକୁ ନେଇ ବିଧାନସଭାରେ ଉଦ୍ବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି ।
ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ଖାଇବା ତେଲର ଆବଶ୍ୟକତା ରହିଛି । ଏହାର ମାତ୍ରାଧିକ ଦରବୃଦ୍ଧି ଫଳରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । କେନ୍ଦ୍ର ସରକାର ଖାଇବା ତେଲ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି । ଏଥିରେ ରାଜ୍ୟର ଅଂଶ ମଧ୍ୟ ରହିଛି । ବର୍ତମାନ ରାଜ୍ୟରେ ଖାଇବା ତେଲର ଦର ଦେଢଶହ ଛୁଇଁଲାଣି । କେନ୍ଦ୍ର ସରକାର ସେସ୍ ଓ ଆମଦାନୀ ଶୁଳ୍କ ବୃଦ୍ଧି କରୁଛନ୍ତି । ତେଣୁ ତେଲ ଦରକୁ କିଭଳି ନିୟନ୍ତ୍ରଣ କରାଯିବ, ରାଜ୍ୟ ସରକାର ସେଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ । ସେପଟେ ବିଜେପି ବିଧାୟକ କହିଛନ୍ତି ଆମେ ଅଣ୍ଡା, ଆଳୁ, ପିଆଜ ଓ ତେଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ସ୍ୱାବଲମ୍ବୀ ହୋଇପାରିବା ନାହିଁ । ବର୍ତମାନ ଖାଇବା ତେଲର ଚାହିଦା କେତେ ଓ କେତେ ଆମଦାନୀ ହେଉଛି ତାର ହିସାବ ସରକାର ଗୃହରେ ରଖିବାକୁ ଦାବି କରିଛନ୍ତି ବିଜେପି ସଦସ୍ୟ ମୋହନ ମାଝୀ । ଆବଶ୍ୟକତାଠାରୁ ଯୋଗାଣ କାମ ହେଲେ ଦର ବୃଦ୍ଧି ପାଇବ ବୋଲି ସେ ଗୃହକୁ କହିଛନ୍ତି । ତେଣୁ ପଞ୍ଚାୟତ ସ୍ତରରେ ତୈଳ ଉପôାଦନ କେନ୍ଦ୍ର ପ୍ରତିÂା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.

twenty − 1 =