ବିଧାନସଭା ସ୍ୱାଭାବିକ

ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନରେ ଲଗାତାହର ହଟ୍ଟଗୋଳ ଓ ମୁଲତବୀ ପରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଉତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି କ୍ରମରେ କରୋନା ଲକ୍ଡାଉନ୍ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି େ ସ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତର ଦେଇ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଗତ କରୋନା କାଳରେ ରାଜ୍ୟରେ ୧ଲକ୍ଷରୁ ଅଧିକ ଅପରାଧ ପଞ୍ଜିକୃତ ହୋଇଛି । ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ଅର୍ଥାର୍ତ ୧୦ ମାସ ମଧ୍ୟରେ ରାଜ୍ୟରେ ୧ଲକ୍ଷ ୧୩ ହଜାର ୪୧୦ଟି ଅପରାଧ ପଞ୍ଜିକୃତ ହୋଇଛି । ଆଉ ଏହି ଘଟଣାରେ ୫୧,୬୧୭ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ଏହି ୧୦ ମାସ ମଧ୍ୟରେ କୋଭିଡ୍ ନିୟମ ଉଲ୍ଲଘଂନ କରିଥିବା ଅମାନିଆଙ୍କଠାରୁ ୪୮ କୋଟି ୪୯ ଲକ୍ଷ ୪୮ ହଜାର ୩୭୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି । ଏହାଛଡା ରାଜ୍ୟରେ ବଢୁଥିବା ସାଇବର ଅପରାଧକୁ ନେଇ ବଡ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୪୨୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି । ୨୦୧୮ରେ ୮୬୭, ୨୦୧୯ରେ ୧୪୭୫ ଓ ୨୦୨୦ରେ ୧୯୩୧ଟି ମାମଲା ରୁଜୁ ହୋଇଛି । ଯାହା ମଧ୍ୟରୁ ୧୩୧୯ଟି ମହିଳାଙ୍କ ସମ୍ମାନହାନି ଭଳି ମାମଲା ଆସିିଥିବା ବେଳେ ୨୭୦୪ଟି ଠକେଇ ମାମଲା ଆସିଛି ।

Leave A Reply

Your email address will not be published.

fifteen − five =