ବିଧାୟକ କ୍ଷମା ମାଗନ୍ତୁ : ବାଚସ୍ପତି

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ବାଚସ୍ପତି ଶୀ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ରମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ବାଚସ୍ପତି ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ, ବିଜେପି ବିଧାୟକ ଦଳ ଏନେଇ ବୈଠକ କରନ୍ତୁ ଏବଂ ଏଥିପାଇଁ ଦଳ ଦୁଃଖ ପ୍ରକାଶ କରିବା ଉଚିତ । ସରକାରୀ ଦଳ ବି ତାଙ୍କ କ୍ଷମା ଦାବି କରିଛନ୍ତି । ଗୃହ ଠିକ୍ ଭାବେ ଚାଲିବା ପାଇଁ କ୍ଷମା ମାଗିଲେ ଅସୁବିଧା କଣ ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ସୂଚନାଯୋଗ୍ୟ, ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ରୋକି ଦେଇଥିଲେ । ଏହି ଘଟଣାକୁ ନେଇ ଏବେ ରାଜ୍ୟ ରାହଜନୀତି ସରଗରମ ହୋଇଛି । ବିଜେଡି ବିଧାୟକ ଦଳ ମଧ୍ୟ ଗତକାଲି ଏନେଇ ବିଧାନସଭାରେ ହଙ୍ଗାମା କରିବା ସହିତ ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଆଜି ବାଚସ୍ପତି ମଧ୍ୟ ବିଜେପି ବିଧାୟକଙ୍କୁ କ୍ଷମା ମାଗିନେବା ଠିକ୍ ବୋଲି କହିଛନ୍ତି ।

Leave A Reply

Your email address will not be published.

15 − 5 =