ବିନା ଚାପରେ ନିଷ୍ପତି ନିଅ

ରାଉରକେଲା: ସମାଜ ପ୍ରତି ଏନ୍ଆଇଟି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ରହିଛି । ତେଣୁ ବିନା କୌଣସି ଚାପରେ ନିଷ୍ପତି ନେବାକୁ ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରାମର୍ଶ ଦେଇଛନ୍ତି ।
ଆଜି ଏନଆଇଟି ରାଉରକେଲାର ୧୬ତମ ସମାବର୍ତନ ଉସôବରେ ରାଷ୍ଟ୍ରପତି ଶ୍ରୀ କୋବିଦ ଦୀକ୍ଷାନ୍ତ ଭାଷଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ସ୍ନାତକ ଛାତ୍ର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ରାଷ୍ଟ୍ରପତି ଭାଷଣ ଦେବା ଅବସରରେ କହିଥିଲେ, ଉଭୟ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ଓଡିଶା ବେଶ୍ ସମୃଦ୍ଧ । କୋଣାର୍କ ସୂର୍ଯ୍ୟମନ୍ଦିର କଳା ଓ ବିଜ୍ଞାନର ଉକôୃଷ୍ଟ ନିଦର୍ଶନ । ଦେଶ ସ୍ୱାଧୀନରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଡାକ୍ତରୀ ବିଜ୍ଞାନରେ ମହିଳାଙ୍କ ଭୂମିକା ଉଲ୍ଲେଖନୀୟ । ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କୁ ଆହୁରି ମଜଭୁତ କରିବାକୁ ପଡିବ ବୋଳି କୋବିନ୍ଦ କହିଥିଲେ । ଭାରତକୁ ଜ୍ଞାନର କେନ୍ଦ୍ର କରିବା ନୂଆ ଶିକ୍ଷାନୀତିର ଉଦେ୍ଧଶ୍ୟ ବୋଲି ସେ କହିଥିଲେ ।
ସେ ଆହୁରି କହିଛନ୍ତି ଯେ, ଦେଶର ଟେକ୍ନୋଲୋଜି କ୍ଷେତ୍ରରେ ଏନଆଇଟିର ଭୂମିକା ପ୍ରଶଂସନୀୟ । ଏନଆଇଟି ଛାତ୍ରଛାତ୍ରୀମାନଙ୍କର ସମାଜ ପ୍ରତି ଅବଦାନ ରହିଛି । ସଫଳତା ମିଳିଗଲା ପରେ ଥକିଯାଅନି । ନିଜକୁ ସୀମିତ ନ ରଖି ଆଗକୁ ବଢିଚାଲ । ଯାହା ନିଜକୁ ଆତ୍ମସନ୍ତୋଷ ଦେଉଛି, ସେଇଟା କର । ତେବେ ନିଜକୁ କଣ ଭଲ ଲାଗୁୁଛି, ସେଇଟା ନିଜେ ବାଛନ୍ତୁ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି, ସଫଳ ହେବାପରେ କିନ୍ତୁ ସମାଜକୁ ଭୁଲିଯିବନି । ଯେଉଁ ସମାଜ ଆମକୁ ଏତେ କିଛି ଦେଇଛି, ପ୍ରତିବଦଳରେ ଆମକୁ ବି କିଛି ଦେବାକୁ ହେବ । ପାଠପଢା ସହ ସମାଜସେବା ପ୍ରତି ମଧ୍ୟ ଆକୃଷ୍ଟ ହେବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ଓଡିଶା କଳା ଓ ସଂସ୍କୃତିର ରାଜ୍ୟ । ଓଡିଶାର କଳା ଓ ସଂସ୍କୃତି ଅନନ୍ୟ । କୋଣାର୍କ ସୂର୍ଯ୍ୟ ମନ୍ଦିର ହେଉଛି ଏହାର ଜ୍ୱରନ୍ତ ନିଦେ୍ର୍ଧଶ । ଦେଶ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଅବାଦନ ଅବିସ୍ମରଣୀୟ ବୋଲି ରାଷ୍ଟ୍ରପତି କହିଛନ୍ତି । ଏହି ସମାବର୍ତନ ଉସôବରେ ରାଷ୍ଟ୍ରପତି ଶୀଳ୍ପପତି କୁମାର ମଙ୍ଗଳମ୍ ବିର୍ଲା, ସିତାକାନ୍ତ ମହାପାତ୍ର, ପ୍ରମୋଦ ମିଶ୍ରଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ସମ୍ମାନରେ ସମ୍ମାନିତ କରିଥିଲେ । ଆହୁରି ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମେଡାଲ୍ ପ୍ରଦାନ କରାଯାଇଛି ।
ଏହି ଉସôବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍, କେନ୍ଦ୍ର ପେଟ୍ରୋଲିୟମ୍ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ୍, ସେଲ ଅଧ୍ୟକ୍ଷ ସୋମା ମଣ୍ଡଳ ଓ ଅନ୍ୟ ବରିÂ ଅଧିକାରୀ ଉପସ୍ଥିତ ଅଛନ୍ତି । ଆଜି ଅପରାହ୍ନରେ ରାଷ୍ଟ୍ରପତି ଶ୍ରୀ କୋବିଦ ବହୁ ଚର୍ଚ୍ଚିତ ଆଇଜିଏଚ୍ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ୍ର ଲୋର୍କାପଣ କରିଛନ୍ତି ।

Leave A Reply

Your email address will not be published.

eighteen − six =