ବିନା ଭକ୍ତରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମର ଯୋଗୁଁ ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବା ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ କରୋନା ଗାଇଡ୍ଲାଇନ୍ ଅନୁଯାୟୀ ରୁକୁଣା ରଥଯାତ୍ରା ଅନୁଷ୍ଠିତ କରିବା ପାଇଁ ବିଏମ୍ସି ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଏଥର ରୁକୁଣା ରଥଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଛି । କେବଳ ସେବାୟତଙ୍କ ଉପସ୍ଥିତିରେ ହେବ ।
ଏହାଛଡା ୪୮ ଘଂଟା ସେବାୟତଙ୍କ ଆରଟିପିସିଆର୍ ଟେଷ୍ଟ ପୂବରୁ କରାଯିବା ଲାଗି ସ୍ଥିର ହୋଇଛି । ନେଗେଟିଭ୍ ଆସିଥିବା ସେବାୟତ ହିଁ ଯୋଗେଦେବେ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସେବାୟତମାନଙ୍କର ଦୈନିକ ଭିତିରେ ଥର୍ମାଲ୍ ସ୍କ୍ରିନିଂ କରିବାକୁ ମନ୍ଦିର କର୍ତୃପକ୍ଷଙ୍କୁ କୁହାଯାଇଛି । ଏଠାରେ ଖାଦ୍ୟ ବିକ୍ରେତା ଓ ମୀନା ବଜାର ଏବଂ ସଂସ୍କୃତିକ କାର୍ଯର୍୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରକାର କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କାରଣ ଏହି ଏକତ୍ର ହେବା ଏବଂ ଅପରିଷ୍କାର ପରିବେଶ ସୃଷ୍ଟି କରିବା ଦ୍ୱାରା କରୋନା ସଂକ୍ରମଣ ବଢିପାୈର ରଥଯାତ୍ରା ସମୟରେ କିମ୍ବା ଅନ୍ୟ କୌଣସି ସମୟରେ ବାଣ ଫୁଟାଇବା ବି ମନା । ପର୍ବ ସମୟରେ ଛେପ ପକାଇବା ଏବଂ ପାନ ଓ ଗୁଟଖା ଚୋବାଇବାକୁ ବି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

Leave A Reply

Your email address will not be published.

18 − 5 =