ଭୁବନେଶ୍ୱର:  ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ପୁରୁଷ ହକି ଟିମ୍ରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ  ମନୋନିତ ହୋଇଛନ୍ତି । ଫଳରେ  ଉଭୟ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।  ଗତକାଲି ଦୀପଗ୍ରେସ ଏକ୍କା ମହିଳା ହକି ଦଳରେ ସ୍ଥାନ ପାଇଥିଲେ । ବୀରେନ୍ଦ୍ର ଓ ଅମିତଙ୍କ ବ୍ୟତୀତ ହର୍ମନପ୍ରୀତ ସିଂ, ରୁପିନ୍ଦର ପାଲ ସିଂ, ସୁରେନ୍ଦ୍ର କୁମାର ଡିଫେଣ୍ଡର ଭାବେ ଚୟନ ହୋଇଥିବାବେଳେ ସୁମିତ, ନୀଳକଣ୍ଠ ଶର୍ମା, ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ମିଡ଼ଫିଲଡର ଭାବେ ଚୟନ ହୋଇଛନ୍ତି ।
 ସେହିପରି ଫରୱାର୍ଡସରେ ସମସେର ସିଂ, ଦିଲପ୍ରୀତ ସିଂ, ଗୁରଜନ୍ତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂଙ୍କ ସହ ପିଆର ଶ୍ରୀଯେସ(ଗୋଲ କିପର) ଭାବେ ସ୍ଥାନ ପାଇଛନ୍ତି । ସୂଚନା ଥାଉ କି ଗୁରୁବାର ହକି ଇଣ୍ଡିଆ ଏହାର ମହିଳା ହକି ଦଳ ଘୋଷଣା କରିଥିଲା । 
 ୧୬ ଜଣିଆ ଦଳରେ ମାତ୍ର ଜଣେ ମାତ୍ର ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଏକ୍କା ସ୍ଥାନ ପାଇଛନ୍ତି । ଦୀପ୍ ଗ୍ରେସ୍ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ପାଇଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ଓଡ଼ିଶାରୁ ୪ ଜଣ ମହିଳା ଖେଳାଳି ସ୍ଥାନ ପାଇଥିବା ବେଳେ ଏବେ ଜଣେ ମାତ୍ର ସ୍ଥାନ ପାଇଛନ୍ତି ।
 
			