ସମ୍ବଲପୁର: ଶଟ୍ ଡାଉନ ଘୋଷଣା ହେଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜୀ (ଭିସୁଟ୍) କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ବୁର୍ଲା ସ୍ଥ୍ିତ ଭିସୁଟ୍କୁ ଶଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖାଯାଇଛି । ଭିସୁଟ୍ର ୧୧ଟି ହଷ୍ଟେଲକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ସେଗୁଡିକ ହେଉଛି-ପୁଲହ, ପୁଲସô୍ୟ, ଅତ୍ରି, କ୍ରତୁ, ବଶିଷ୍ଟ ମରିଚ, ଅନୁରାଧା, ଅରୁନ୍ଧାତୀ, ରୋହିଣୀ, ବିଶାଖା, ଏବଂ ବସୁନ୍ଧରା । କଂଟେମେଂଟ ଓ ବଫର ଜୋନରେ ସବୁ ଦୋକନ ବନ୍ଦ ରହିବ । ଉଭୟ ଜୋନରେ ଜରୁରୀ ସାମଗ୍ରୀ ସମ୍ବଲପୁର ମହାନଗର ନିଗମ ପହଂଚିଇବା ସେହିପରି ଏଠାରେ ଥିବା ସମସ୍ତ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ । ଏହି ଅଂଚଳରେ ରହୁଥିବା ସମସ୍ତ ଲୋକ ମାସ୍କ ପିନ୍ଧିବାକୁ ବାଧ୍ୟ । ଏଥିସହ ସାମାଜିକ ଦୂରତ୍ୱ ବଜାୟ ରଖିବା ବାଧ୍ୟତାମୂଳ । ଏସବୁ କଟକଣାର ତଦାରଖ କରିବା ପାଇଁ ବୁର୍ଲା ଥାନା ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ତା’ ସହିତ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି । ଗତକାଲି ଭିସୁଟର ମୋଟ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଶୁକ୍ରବାର ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶନିବାର ଆଉ ଜଣେ ଚିହ୍ନଟ ହୋଇଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ତପôରତା ଦେଖାଇଥିଲା । ହଷ୍ଟେଲ ଗୁଡିକୁ ଯାଇ ସ୍ଥିତି ପରଖିଥିଲେ ଜିଲ୍ଲାପାଳ ଓ ପିଡି ଡିଆରଡିଏ ।