ଭୁବନେଶ୍ୱର: ଓଡ଼ିଶାରେ ବ୍ୟବସାୟ ଅନୁଗୁଳ ବାତାବରଣ ଏବଂ ଇଡେକା ମାଧ୍ୟମରେ ତ୍ୱରିତ ଜମି ଆବଂଟନ ପ୍ରକ୍ରିୟାକୁ ଭୁବନେଶ୍ୱରର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହୋଇଛି । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ବୈଧାନିକ ଏବଂ ଆଇନଗତ ଅନୁମତି ମଧ୍ୟ ଦିଆସରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାୟୋଟେକ୍ କାର୍ଯ୍ୟାନ୍ୱୟନ କମିଟିର ଆଲୋଚନାରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡରେ ଅନୁଷ୍ଠିତ ଏହି ବୈଠରେ ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଜ ଶାସନ ସଚିବ ମନୋଜ ମିଶ୍ର ରାଜ୍ୟରେ ବାୟୋଟେକ୍ ନିୟମକର ବାସ୍ତବ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଟିକା ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ନିର୍ମାଣ ତ୍ୱରାନ୍ମିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଭାରତ ବାୟୋଟେକ୍ ଇଂଟରନ୍ୟାସ୍ନାଲ କମ୍ପାନୀ ଏବଂ ଅନ୍ଧାରୁଆ ବାୟୋଟେକ୍ ପାର୍କ ପାଇଁ ଗଠିତ ସ୍ୱତନ୍ତ୍ର ଏସପିଭିଙ୍କୁ ନିର୍ଦେଶ ଦେଇଥିଲେ । ୨୦୨୨ ଜୁନ୍ ମାସ ସୁଦ୍ଧା ଏହି ୟୁନିଟ୍ରୁ ଟିକା ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ବାୟୋଟେକ୍ର ନୂତନ ପରୀକ୍ଷା ଏବଂ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ଅଧିକ ତ୍ୱରାନ୍ୱିତ ଓ ଲକ୍ଷ୍ୟଭେଦୀ ନିମନ୍ତେ ଏକ ବୃତିଗତ ନିର୍ଦେଶାଳୟ ତିଆରି କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ବିଭାଗକୁ ନିର୍ଦେଶ ଦେଇଥିଲେ । ବିଭାଗୀୟ ଶାସନ ସଚିବ ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶା ବାୟୋଟେକ୍ ନିୟମକ ୨୦୧୮ ଅନୁସାରେ ବାୟୋଟେକ୍ରକାମ କରୁଥିବା ନବ-ଅନୁସନ୍ଧାନକାରୀ ଏବଂ ଷ୍ଟାଟ୍ଅପମାନଙ୍କୁ ଜମି, ଜମିର କିସମ ପରିବର୍ତନ, ଷ୍ଟାମ୍ପ ଡ୍ୟୁଟି, ତାଲିମ, ପୁଞ୍ଜିନିବେ. ବ୍ୟାଙ୍କ ଋଣ ଉପରେ ସୁଧ ଆଦି ବିଷୟରେ ବିଭିନ୍ନ ପ୍ରକାର ରିହାତି ଦିଆଯାଉଛି । ବୃତିଗତ ପରିଚାଳନା ମାଧ୍ୟମରେ ଏସବୁ ରିହାତିର ଅଧିକ ଫଳଦାୟୀ ବିନିଯୋଗ ହୋଇପାରିବ । ଏକ ସ୍ୱତନ୍ତ୍ର ବୃତିଗତ ନିର୍ଦେଶାଳୟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଇପିକଲ୍ ଏବଂ ଶିଳ୍ପ ବିଭାଗର ଆନୁଷ୍ଠାନିକ ବ୍ୟବସ୍ଥା ମାଧ୍ୟମରେ ବାୟୋଟେକ୍ ୟୁନିଟ୍ମାନଙ୍କର ପ୍ରୋତ୍ସାହନ ଜାରିରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ । ବାୟୋଟେକ୍ ଇନ୍କ୍ୟୁବେଟରମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ନିମନ୍ତେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଓ ଶିଳ୍ପବିଭାଗର ଫଣ୍ଡ ଅଫ୍ ପଣ୍ଡସେର ୧୫କୋଟି ଟଙ୍କାର ପ୍ରାବଧାନ କାଯାଇଥିଲା । ଇଡୋକା ଅଧ୍ୟକ୍ଷ ଓ ପରିଚାଳା ନିର୍ଦେଶକ ସଞ୍ଜୟ କୁମାର ସିଂହ କହିଥିଲେ ଯେ ଭୁବନେଶ୍ୱର ଇନେ୍ଫାସିଟି ନିକଟରେ ଇଡେକା ଦ୍ୱାରା ଏକ ଆଧୁନିକ ଜିରୋ-ହବ୍ ଇନ୍କ୍ୟୁବେସନ୍ ୨୮ ହଜାର ବର୍ଗଫୁଟ ଜାଗା ଦିଆଯାଇପାରିବ । ଏହି ଭବନରେ ଅଧିକ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ବାୟୋଟେକ୍ ଆଦି କ୍ଷେତ୍ରରେ କାମ କରୁଥିବା ଇନ୍କ୍ୟୁ ବେଟରମାନଙ୍କୁ ଏଥିରେ ସ୍ଥାନ ଦେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏହାଦ୍ୱାରା ଏହି ଭବନରେ ପରସ୍ପରର ପରିପୂରକ ଭିତିକ ଏବଂ ଅତ୍ୟାଧୁନିକ ନବ-ଅନୁସନ୍ଧାନ ବାବତବରଣ ସୃଷ୍ଟି ହୋଇପାରିବ ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀ ମିଶ୍ର କହିଥିଲେ ।