ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିଦ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଂଚଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶ୍ରୀ କୋବିଦ ସସ୍ତ୍ରିକ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିପବା ପରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ମୁଖ୍ୟସଚିବ ସୁରେଶ ମହାପାତ୍ର, ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟ, ପୋଲିସ କମିସନର,ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଉସôସିତ ସ୍ୱାଗତ ସମ୍ବଧନା ଗ୍ୟାମ୍ପନ କରିଥିଲେ । କଡାସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ବିମାନମନ୍ଦରରୁ ସିଧାସଳଖ ରାଜଭବନକୁ ଯାଇଥିଲେ । ଆଜି ସେ ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ରାଷ୍ଟ୍ରପତି ରାଉଲକେଲା ଗସ୍ତରେ ଯିବେ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର, ରାଉଲକେଲା ଏବଂ ପୁରୀରେ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ସହରରେ ମୋଟ ୩୫ ପ୍ଲାଟୁନ ପୋଲିସ ଫୋର୍ସ ସହ ବହୁ ବରିÂ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ରାଉରେକଲା ବିମାନ ବନ୍ଦରରୁ ଏନଆଇଟି, ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ ପର୍ଯ୍ୟନ୍ତ ଯାଂଚ କଡାକଡି କରାଯିବ । ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବୋମା ନିଷ୍କ୍ରିୟ ଦଳ, ଡଗ ସ୍କ୍ୱାଡ ଦ୍ୱାରା ଏନଆଇଟି, ହସ୍ପିଟାଲ ପରିସରକୁ ତନ୍ନ ତନ୍ନ କରି ଯାଂଚ କରାଯାଇଛି । ବିମାନ ବନ୍ଦରରୁ ଏନଆଇଟି ପରେ ଏନଆଇଟିରୁ ରାଉରକେଲା ହାଉସ ଓ ସେଠାରୁ ସୁପର ସ୍ପେସିଆଲିଟି ହସ୍ପିଟାଲ ପର୍ଯ୍ୟନ୍ତ କାରକେଡ ରିହାରସେଲ କରାଯାଇଥିଲା । ପଶ୍ଚିମାଂଚଳ ଆଇଜି କବିତା, ଏସିପି ମକେଶ କୁମାର ଭାମୁ, ବରିÂ ପୋଲିସ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଥିଲେ ।