ଢେଙ୍କାନାଳ: ଢେଙ୍କାନାଳ ରାସୋଳ ଥାନା ଅର୍ନ୍ତଗତ କଦଳିପାଳ ଛକରେ ମଦ ପିଇବାକୁ ମନାକରିବାରୁ ନିଆଁ ଲଗାଇ ହୋଟେଲ ଜାଳି ଦେଇଛନ୍ତି ବରଯାତ୍ରୀ ଦଳ । କରୋନା କଟକଣା ନେଇ ବାହାଘର ବ୍ରତଘର ଆଦି ସାମାଜିକ ଉସ୍ତବ ଉପରେ କଡା କଟକଣା ରହିଛି । ଏପରି ସ୍ଥିତିରେ ବରଯାତ୍ରୀ ଦଳଙ୍କ ଉନ୍ମତ କାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ହେଟେଲ ମାଲିକ ବଟକୃଷ୍ଣ ବେହେରା ରାସୋଲ ଥାନାରେ ଅଭିଯୋଗ ଆଣିଛନ୍ତି । ଅଗ୍ନିକାଣ୍ଡରେ ହୋଟେଲର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁସ ହୋଇଯାଇଛି । ମଦ ଦେବା ପାଇଁ ଆପତି ପ୍ରକାଶ କରିବାରୁ ବରଯାତ୍ରୀ ଦଳ ତାଙ୍କୁ ମାଡ ମାରିଛନ୍ତି ବୋଲି ସେ କହିଛନ୍ତି ।