ମନରେଗାରେ ମିଳୁ ନାହିଁ କାମ, ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

କାମ ନ ମିଳିଲେ ଦାଦନ ଖଟିବାକୁ ଯିବେ ଶ୍ରମିକ !

ଗୋଲାମୁଣ୍ଡା : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକ ମାନଙ୍କୁ କାମ ମିଳୁ ନାହିଁ ଏ ଭଳି ଅଭିଯୋଗ ଆଣିଛନ୍ତି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ଅଞ୍ଚଳର ଶ୍ରମିକ ମାନେ ।  ମନରେଗା ଯୋଜନାରେ କାମ ମିଳୁ ନ ଥିବାରୁ ବାଧ୍ୟ ହୋଈ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯିବେ ବୋଲି ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।  ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳର ଶ୍ରମିକ ଅହଲ୍ୟା ହରିଜନ, ମୀନା ମୁଣ୍ଡା, ସୂର୍ଯ୍ୟ ମାଝୀ, ବନିତା କାଣ୍ଡ,ଅଞ୍ଜନା କାଣ୍ଡ, ପ୍ରମିଳା ଜାଲ,ପ୍ରଣତି କାଣ୍ଡ,କପୂର୍ଚ୍ଚନ ହଂସ, ଅକୁର ଗହୀର, ଡମ୍ବରୁ ଗୌଡ଼, ବିଜୟ ଗୌଡ଼, ପଞ୍ଚୁ ହରିଜନ, କୈବଲ୍ୟ ହରିଜନ, ଶ୍ରୀମତୀ ମାଝୀ, ସଯମଣି ହରିଜନଙ୍କ ସମେତ ଅନେକ ଶ୍ରମିକ ଗତ ତା୧୦/୦୪/୨୦୨୩ ରିଖ ସୋମବାର ଦିନ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ମନରେଗା ଯୋଜନାରେ ପଞ୍ଚାୟତ ଅଞ୍ଚଳରେ ସେମାନଙ୍କୁ କାମ ମିଳୁ ନଥିବା ନେ଼ଇ ସେମାନେ ଉପ ଜିଲ୍ଲାପାଳ ବେଦ ଭୁଷଣ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରମିକଙ୍କ ଅଭିଯୋଗ ହେଲା ମନରେଗା ଯୋଜନାରେ ସରକାର ଅନ୍ୟୁନ ୧୦୦ ଦିନ କାମ ଯୋଗାଇ ଦେବାର ଗ୍ୟାରେଣ୍ଟି ଦେଉଥିବା ବେଳେ ସେମାନଙ୍କ ମଧ୍ୟରୁ କିଏ ୨୫ ଦିନ ତ ପୁଣି କିଏ ୩୦ ଦିନ ଲେଖାଏଁ କାମ କରିଛନ୍ତି । ଏବେ ସେମାନେ କାମ ଡିମାଣ୍ଡ କଲେ ମଧ୍ୟ ୱେବ୍ ସାଇଟ୍ ରେ ସେମାନଙ୍କ ନାମ ସୋ ହେଉ ନାହିଁ ବୋଲି କୁହାଯାଉଛି । ତେଣୁ ଉପ ଜିଲ୍ଲାପାଳ ଏହା ଉପରେ ବିଚାର କରି ସେମାନଙ୍କୁ କାମ ଯୋଗେଇ ଦେବା ପାଇଁ ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି । ଏହା ନ ହେଲେ ବାଧ୍ୟ ହୋଇ ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟ କୁ ଦାଦନ ଖଟିବାକୁ ଯିବେ ଏବଂ ସେଠାରେ କିଛି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବେ ବୋଲି ସେମାନେ ଚେତେଇ ଦେଇଛନ୍ତି ।     ତେବେ ଏ ସମ୍ପର୍କରେ ଫୁଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ନାଏକ ଙ୍କୁ ଯୋଗାଯୋଗ କରିବାରୁ ଆଧାର ବେଷଡ୍ ପେମେଣ୍ଟ ସିଷ୍ଟମ (ଏ ବି ପି ଏସ୍) ରେ କିଛି ଶ୍ରମିକଙ୍କ ନା ସୋ ହେଉ ନଥିବା ଫଳ ରେ ଜବ କାର୍ଡ ଥାଇ ସୁଦ୍ଧା ସେମାନଙ୍କ ଆଇଡି ରେ ଶ୍ରମ ଦିବସ ଡିମାଣ୍ଡ କରାଯାଇ ପାରୁନାହିଁ ବୋଲି କହିଥିଲେ । ଏଭଳି ସମସ୍ୟା ଅନ୍ୟ ପଞ୍ଚାୟତମାନଙ୍କରେ ମଧ୍ୟ ରହିଛି ଏଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଶ୍ରମିକମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

thirteen + two =