ମନ୍ଦିର ବେଢା ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବାଲିକୁଦା: ବାଲିକୁଦା ଥାନା ଅଧୀନ ମୁଳୁଗାଁ ପଂଚାୟତର ମୁଳୁଗାଁ ସ୍ଥିତ ଶିବ ମନ୍ଦିର ବେଽଢା ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ମୁଳୁଗାଁର ନୋକା ରାଉତଙ୍କ ପୁଅ ଗୁଣନିଧି ରାଉତ(୪୨) ବୋଲି ଜଣା ଯାଇଛି । ଗୁଣ ନିଧି ପିନ୍ଧିଥିବା ଲୁଙ୍ଗିକୁ ଖୋଲି ତାହାକୁ ବେକରେ ଗୁଡାଇ ଆମ୍ବଗଛ ଡାଳରେ ଲଟକି ଆତ୍ମହତ୍ୟା କରିଥିବା ଜଣା ପଡିଛି । ମାତ୍ର ତାଙ୍କ ଦେହରେ ଥିବା ବିଭିନ୍ନ କ୍ଷତ ଚିହ୍ନକୁ ନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ଗୁଣ ନିଧି ଜଣେ ନିଶା ଖୋର ବ୍ୟକ୍ତି ହୋଇଥିବା ବେଳେ ଗଛ ଚଢିବା ତାଙ୍କର ପେଷା ଥିଲା । ତାଙ୍କର ସ୍ତ୍ରୀ ଓ ପିଲା ମାନେ ଭୂବନେଶ୍ୱରରେ ରହୁଥିବା ବେଳେ ଗୁଣନିଧି ଗାଁରେ ରହୁଥିଲେ । ତେବେ ଗୁଣ ନିଧିଙ୍କର ପିଲା ମାନେ ଗାଁରେ ରହୁ ନ ଥିବା ବେଳେ କେଉଁ କାରଣରୁ ସେ ଆତ୍ମହତ୍ୟା କରିବେ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି । ଖବର ପାଇ ବାଲିକୁଦା ପୁଲିସ ଘଟଣା ସ୍ଥଳରେ ପହଂଚିି ମୃତ ଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ବାଲିକୁଦା ପୁଲିସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Leave A Reply

Your email address will not be published.

ten + 1 =