ମହାପ୍ରସାଦ ଉପରୁ ହଟିଲା କଟକଣା ଭକ୍ତ ପାଇପାରିବେ ଅବଢା

ପୁରୀ: ଶ୍ରୀ ମନ୍ଦିରରେ ସେବାୟତଙ୍କ ମଧ୍ୟରେ କୋଭିଡ୍ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଏହାକୁ ଦୃଷ୍ଟିରେ ରଖି ମହାପ୍ରସାଦ ଉପରେ ହଟିଲା କଟକଣା । ଏଣିକି ଜିଲ୍ଲା ବାହାର ତଥା ରାଜ୍ୟ ବାହାରର ଭକ୍ତ ମହାପ୍ରସାଦ ପାଇପାରିବେ ମହାପ୍ରସାଦ । ବରାଦି ମହାପ୍ରସାଦ ପାଇଁ ମଧ୍ୟ ଭକ୍ତମାନେ ଅର୍ଡର ଦେଇପାରିବେ । ତାସହିତ କାର୍ତିକମାସ ରେ ମହାପ୍ରସାଦ ଯୋଗାଇବା ପାଇଁ ନିଷ୍ପତି ହୋଇଛି । ସୁଆର , ମହାସୁଆର ନିଯୋଗ ସହ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏ ନେଇ ଆଲୋଚନା କରିଥିଲେ । ଏଥିରେ ହୋଇଥିବା ନିଷ୍ପତି ଅନୁସାରେ ହବିଷ୍ୟାଳିମାନେ ଉତରଦ୍ୱାର ଓ ଦକ୍ଷିଣ ଦ୍ୱାର ପଟେ ବିକ୍ରି କରିପାରିବେ ମହାପ୍ରସାଦ । ସେହିଭଳି ଡିସେମ୍ବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀମନ୍ଦିର । ଏନେଇ ସେବାୟତଙ୍କ ସହ ଆଲୋଚନା କରିଛି । ସେହିଭଳି ପତିତପାବନଙ୍କୁ ଦର୍ଶନ ପାଇଁ ଅରୁଣ ସ୍ତମ୍ଭ ଯାଏଁ ଭକ୍ତଙ୍କୁ ଯିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଲୋକଙ୍କ ମତାମତକୁ ଭିତିକରି ଏହି ପ୍ରସ୍ତାବ ଦିଆଯାଇଛି ।

Leave A Reply

Your email address will not be published.

six − 5 =