କଟକ – ମାଓପ୍ରବଣ ଜିଲ୍ଲା ତାଲିକାରେ ରାଜ୍ୟର ୫ ଜିଲ୍ଲା ବାଦ୍ ପଡିଛି । ରାଜ୍ୟର ଅନୁଗୁଳ, ବୌଦ୍ଧ,ସମ୍ବଲୁର, ଦେବଗଡ ଓ ନୟାଗଡ ମାଓ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ପଡିଥିବା ପୁଲିସ ମହାନିଦେ୍ର୍ଧଶକ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟରେ ମାଓବାଦୀଙ୍କ ଗତିବିଧି କମୁଛି, ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ପ୍ରଭାବିତ ଏସଆରଇ ଜିଲ୍ଲା ତାଲିକାରୁ ପାଂଚଟି ଜିଲ୍ଲାକୁ ବାଦ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରୁ ମାଓବାଦୀଙ୍କ କାର୍ଯ୍ୟକଳା ହ୍ରସ ପାଉଥିବା କାରଣରୁ ରାଜ୍ୟ ସରକାର ୫ଟି ଜିଲ୍ଲାକୁ ମାଓପ୍ରବଣ ଜିଲ୍ଲା ତାଲିକାରୁ ବାଦ୍ ଦେଇଛନ୍ତି । ତେବେ ପୁରା ରାଜ୍ୟକୁ ମାଓବାଦୀ ମୁକ୍ତ କରିବା ପାଇଁ ଓଡିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି ଟ୍ୱିଟରେ ଲେଖିଛନ୍ତି ।