ମାହାଙ୍ଗା ତାତି : ଚାଲିପାରିଲାନି ଗୃହ

ଭୁବନେଶ୍ୱର: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେପିର ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ଶ୍ରୀ ସୁର୍ଯ୍ୟନାରାୟଣ ପାତ୍ର ଗୃହକୁ ୨ଥରରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଏହା ସହିତ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଜେପି ସଦସ୍ୟମାନେ ତାଙ୍କର ଇସ୍ତଫା ଦାବି କରିଥିଲେ । ବିଜେପି ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଚାଲି ଆସି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନାରାବାଜି କରିଥିଲେ । ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ହୋଇପାରି ନ ଥିଲା । ଫଳରେ ବାଚସ୍ପତି ପୂର୍ବାହ୍ନ ସାଢେ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ପୂର୍ବାହ୍ନ ସାଢେ ୧୧ଟା ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବିଜେପି ସଦସ୍ୟମାନେ ଉକ୍ତ ପ୍ରସଙ୍ଗରେ ପୁନର୍ବାର ଗୃହରେ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସୂର୍ଯର୍୍ୟ ନାରାୟଣ ପାତ୍ର ସଦସ୍ୟମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରି ନିଜ ନିଜ ଆସନରେ ବସିବାକୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ସଦସ୍ୟମାନେ କିଛି ଶୁଣି ନଥିଲେ । ଫଳରେ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

Leave A Reply

Your email address will not be published.

4 × five =