ଭୁବନେଶ୍ୱର: ରାଜଧାନୀରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାହ ସମେତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଡିଏସ୍ଏସ୍ଓ ସଂଗ୍ରାମ ଦାସଙ୍କୁ ମଧ୍ୟ କମିସନରେଟ୍ ପୋଲିସ୍ ଗିରଫ କରିଛି । ଭୁବନେଶ୍ୱର କମିସନରେଟନ ପୋଲିସ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି । ଗିରଫମାନଙ୍କ ମଧ୍ୟରେ କଟକରେ ଜଣେ ରାଣୀ ମହୁମାଛି, ଭୁବନେଶ୍ୱରର ଜଣେ ଦଲାଲ୍ ଅଛନ୍ତି । ସେହିପରି ସଂପୃକ୍ତ ଅନୁଷ୍ଠାନର ଜଣେ କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
ସୁରେଶ ବେହେରାଙ୍କୁ ଏୟାରପୋର୍ଟ ଥାନା ପୋଲିସ ଧରିଥିଲା । ପୋଲିସ ଅଟକ ରଖି ସୁରେଶ ବେହେରାଙ୍କୁ ପଚରାଉଚୁରାହ କରୁଛି । ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା । ଅଭିଯୋଗ ମୁତାବକ, ଭିନ୍ନକ୍ଷମ କଲ୍ୟାଣ ମହାସଂଘ ନାମକ ଅନୁଷ୍ଠାନ କାମ କରୁଛି । ସୁରେଶ ବେହେରା ଏଠାରେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ । ପରେ ସେ ସମ୍ପାଦକ ପଦ ମାଡି ବସିଥିଲେ । ସେ ସମ୍ପାଦକ ହେବା ପରେ ତାଙ୍କ ବିରୋଧରେ ଅର୍ଥ ହେରଫେରଠୁ ନେଇ ଯୌନ କେଳେଙ୍କାରୀ ପର୍ଯ୍ୟନ୍ତ ବାରମ୍ବାର ନାନା ଅଭିଯୋଗ ଆସିଥିଲା । ଏହି ଅନୁଷ୍ଠାନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କାରୁ ଅନୁଦାନ ମିଳୁଥିଲା ।