ମୋଦିଙ୍କ ଯୋଜନା ପ୍ରତି ଗାଁରେ ପହଁଚାଅ: ଧର୍ମେନ୍ଦ୍ର

ଢେଙ୍କାନାଳ: ଢେଙ୍କାନାଳ ତଥା ଓଡିଶାର ବିକାଶ ପାଇଁ ନିର୍ବାଚନ ମଣ୍ଡଳିର କାର୍ଯ୍ୟକର୍ତାମାନେ କଠିନ ପରିଶ୍ରମ କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାକୁ ଗାଁ ଗାଁରେ ପହଁଚାଇବା ପାଇଁ ଜନଜାଗରଣ ତିଆରି କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ତୃଣମୂଳ ସ୍ତରରେ ଗରିବଙ୍କ ପାଖରେ ଲାଭ ପହଁଚୁଛି କି ନାହିଁ, ତାହାର ମଧ୍ୟ ଅନୁଧ୍ୟାନ କରିବାକୁ କାର୍ଯ୍ୟକର୍ତା ମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ନିର୍ବାଚନ ମଣ୍ଡଳି ପାଇଁ ଆୟୋଜିତ ବିଧାନସଭା ସ୍ତରୀୟ ଜନ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କାର୍ଯ୍ୟକର୍ତା ଓ ସାଧାରଣ ଜନତାଙ୍କୁ ବିଗତ ୬ ବର୍ଷରେ ମୋଦି ସରକାରରେ ହୋଇଥିବା କଲ୍ୟାଣକାରୀ ଯୋଜନା ଉପରେ ଅବଗତ କରିବା ବେଳେ ଏହା ଆହ୍ୱାନ କରିଥିଲେ ଶ୍ରୀ ପ୍ରଧାନ ।
ସେ କହିଛନ୍ତି କରୋନା ମହମାରୀ ଭଳି ସଂକଟ ସମୟରେ ଗରିବମାନେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାର ସବୁଠୁ ଆଗରେ ଅଛନ୍ତି । ସେମାନଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ଯାଇ ଗରିବ କଲ୍ୟାଣ ପ୍ୟାକେଜ୍ ଘୋଷଣା ହୋଇଛି । ନିକଟରେ ଦେଶର ୮୦ କୋଟି ଗରିବଙ୍କୁ ଖାଦ୍ୟାନ୍ନ ଦେବା ନିମନ୍ତେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଗାମୀ ୫ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନିଷ୍ପତି କାରଣରୁ ଓଡିଶାର ୭୫ ଭାଗ ଲୋକମାନେ ଲାଭବାନ ହେବେ ।
ମୋଦି ସରକାରରେ ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାର ଅଧିକ ଲାଭ ଓଡିଶା ପାଇଛି । ଗରିବଙ୍କ ପାଇଁ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ଆବାସରେ ଗରିବଙ୍କ ଘର ନିର୍ମାଣ ପାଇଁ ଓଡିଶାକୁ ଅଧିକ ଅନୁଦାନ ଆସିଛି । ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଛି । ସୌଭାଗ୍ୟ ଯୋଜନାରେ ବିଜୁଳି ପହଁଚାଯାଇଛି । ଅପରପକ୍ଷରେ ଗରିବଙ୍କ ପାଇଁ ଜିରୋ ବାଲାନ୍ସରେ ବ୍ୟାଙ୍କ୍ ଆକାଉଂଟ୍ ଖୋଲାଯାଉଛି । କୃଷକ, ମହିଳା, ଆର୍ଥିକ ପଛୁଆ ଶ୍ରେଣୀର ଲୋକଙ୍କୁ ଆର୍ଥିକ ସହୟତା ଦିଆଯାଇଛି । ଏହାବ୍ୟତିତ ଅନ୍ୟାନ୍ୟ ଠୋସ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.

18 − 7 =