ଯୋଡା ସହରରେ ଶାନ୍ତି, ସଦ୍ଭାବ ର ସହ ପାଳନ ହେଲା ଶ୍ରୀରାମ ନବମୀ ଉତ୍ସବ

ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ସହରରେ ଶ୍ରୀରାମ ନବମୀ ଅତି ଧୁମ୍ ଧାମ ରେ ପାଳନ କରାଯାଇଛି ।ଏହି ଅବସରରେ ଯୋଡା ସ୍ଥିତ ପୋଷ୍ଟ ଅଫିସ ଛକ ନିକଟ  ହନୁମାନ ମନ୍ଦିରରୁ ଶ୍ରଦ୍ଧାଳୁମାନେ ରାମ ଝଣ୍ଡ। ନେଇ ଏକ ଶୋଭା ଯାତ୍ରା ରେ ବାହାରି ଏସ ବି ଆଇ ଛକ ନିକଟ ହନୁମାନ ମନ୍ଦିରରେ ସମବେତ ହୋଇ ଏକ ବିରାଟ ପଟୁଆର ରେ ସହର ରେ ଥିବା ବିଭିନ୍ନ ମନ୍ଦିର କୁ ଯାଇ ରାମ ଝଣ୍ଡ। ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଥିଲେ ।  ଏହି ପଟୁଆର ରେ ଯଶବନ୍ତ ସିଂ,ଆର୍ କେ ସିଂ,ଉମେଶ ଶର୍ମା,ବିକାଶ ଫିରୋଜିବ।ଲା ,ସୋନୁ ଚୌଧୁରୀ,ମାରୱାଡ଼ି ସମାଜ ପକ୍ଷରୁ ରାକେଶ ସିଂଘ।ନିଆ,ମୁକେଶ ସିଂ ଘ।ନିଆ,ସୁନିଲ ବ। ସୋତିଆ,କିଶନ ପଟ ୱରି ପ୍ରମୁଖ ଙ୍କ ସମେତ ଶତାଧିକ ମହିଳା ପୁରୁଷ ସାମିଲ ଥିଲେ । ସହରରେ ଶ୍ରଦ୍ଧାଳୁ ମାନେ କଳା ,ସମରର୍କୌଶଳ , ଆଖଡ଼ା ଖେଳ ପ୍ରଭୃତି ପରିବେଷଣ କରିଥିଲେ । ସାମ୍ପ୍ରଦ।ୟିକ ସଦ୍ଭାବ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶାନ୍ତି କମିଟି ଗଠନ କରାଯାଇଥିଲା ।ଏହାର ଏକ ସକାରାତ୍ମକ ଭାବାବେଗ ଉଭୟ ସଂପ୍ରଦାୟ ମଧ୍ୟରେ ଦେଖିବାକୁ ମିଳିଥିଲା । ଯୋଡା ମାର୍କେଟର ବରିଷ୍ଠ ନାଗରିକ ମହମ୍ମଦ ମୁକ୍ତ।ର୍,ମହମ୍ମଦ ସିର।ଜ, ନୌଶ।ଦ୍ ଆଲାମ, ସ।କିଲ ଅହମଦ,ମହମ୍ମଦ ଫଇମ ପ୍ରମୁଖ କହିଛନ୍ତି ଯେ, ଗୋଟିଏ ପକ୍ଷରେ ପବିତ୍ର ରମଜାନ ମାସ ଓ ଅନ୍ୟ ପକ୍ଷରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ ଜନ୍ମ ଦିନ । ଏଣୁ ସଦ୍ଭାବ ଓ ଭାଇଚାରାର ଦିନ । ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ସେମାନେ ପୂର୍ଣ୍ଣ ରୂପେ ସହ ଯୋଗ କରିବେ ବୋଲି କହିଥିଲେ ।ଅନ୍ୟ ପକ୍ଷରେ ଶ୍ରୀରାମ ନବମୀର ଶ୍ରଦ୍ଧାଳୁ ମାନେ ଭାଇଚାରା ପ୍ରଦର୍ଶନ କରି ଶାନ୍ତି ଶୃଙ୍ଖଳା ର ସହିତ ଉତ୍ସବ ପାଳନ କରିଥିଲେ । ଅପରାହ୍ନ ୪.୪୦ମିନିଟ୍ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳ।ର ସହିତ ପଟୁଆର  ସହର ପରିକ୍ରମା କରିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ପ୍ରାୟ ୧୩ ପ୍ଲାଟୁନ ଫୋର୍ସ ସହିତ ଦୁଇ ଜଣ ଡିଏସପି ,୧୦ଜଣ ପୋଲିସ ଇନ୍ସପେକ୍ଟର ,୪୦ଜଣ ପୋଲିସ ଅଧିକାରୀ ମୁତୟନ ଥିଲେ । ଅତି ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ବ୍ୟାପକ ସଶସ୍ତ୍ର ପୋଲିସବାହିନି ମୁତୟନ ଥିଲେ।

Leave A Reply

Your email address will not be published.

one × 3 =