ରଜବଜାରରେ ଲୋକେ ହାଉଯାଉ

ଭୁବନେଶ୍ୱର,୧୨.୬(ନି.ପ୍ର.): ଲକ୍ଡାଉନ୍ ୫.୦ର କୋହଳ କଟକଣା ସାଙ୍ଗକୁ ସରଗରମ ହେଉଛି । ରଜ ବଜାର । ରାଜଧାନୀବାସୀ ଏବେ ସାମାଜିକ ଦୂରତାକୁ ଭୁଲିି ଗଲେଣି । ପରିବା ହାଟ ଆଉ ବଜାରଘାଟ, ସବୁଠି ହାଉଯାଉ ଗହଳି । ଡ୍ରେସ ମ୍ୟାଟେରିଆଲ୍ ଦୋକାନରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଜମୁଛି । ବିନା ମାସ୍କରେ ବି କିଣାବିକା ଚାଲୁଛି । ଏବେ କଟକଣାକୁ ସରକାର କ’ଣ ଟିକେ କୋହଳ କଲେ ଯେ, ରାଜଧାନୀବାସୀ ଏହି ମଉକା ପୂରା ଫାଇଦା ଉଠାଇବା ଚକ୍କରରେ । ସାମାଜିକ ଦ୍ୱରତା ନିୟମ ପାଳିବା ପାଇଁ ସହରରେ ବିଏମ୍ସି ଏନ୍ଫୋର୍ସମେଂଟ ଓ ପୋଲିସ କଡ଼ା ନଜର ବି ରହୁଛି । କିଚି ସ୍ଥାନରେ ଚଢଉ ଚାଲୁଛି । କିନ୍ତୁ ପୋଳିସ ପରେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ପୁଣି ପୁରୁଣା ଷ୍ଟାଇଲ୍ରେ କିଣାବିକା ଚାଲୁଛି । ଦୋକାନରେ ୫ ଜଣରୁ ଅଧିକ ଗ୍ରାହକ ପ୍ରବେଶ ନ କରାଇବାକୁ ନିୟମ ହୋଇଛି । ହେଲେ ପ୍ରାୟ ସବୁ ଦୋକାନରେ ବହୁଗୁଣା ଗ୍ରାହକଙ୍କୁ ଦେଖିବାକୁ ମିଳୁଛି । ମାର୍କେଟ ବିଲ୍ଡିଂ ସହ ଅନ୍ୟ ଛୋଟ ସଫି ମଲ୍ ସବୁଠି କିଛି ଦିନ ହେଲା ସଂଖ୍ୟା ବଢିଛି । କିଣାବିକା ବେଳେ ସାମାଜିକ ଦୂରତା ନିୟମର ଧ୍ୱଜ୍ଜା ଉଡ଼ାଉଛନ୍ତି । ଗ୍ରାହକ ଏନେଇ ଦୋକାନୀଙ୍କ ତାଗିଦ୍ ବି ଶୁଣୁନି । ବିନା ମାସ୍କରେ ଆସୁଥିବା ଗ୍ରାହକଙ୍କୁ ବି ସହଜରେ ଜିନିଷ ବଢାଇ ଦେଉଛନ୍ତି ଦୋକାନ । ଏମିତିକି କିଛି ଅମାନିଆ ଗ୍ରାହକ ତ ଠେଲା ପେଲା କରି ଜିନିଷ କିଣିବାକୁ ପଛାଉ ନାହାନ୍ତି । ଉଭୟ ପକ୍ଷ କଣାବିକାରେ ମସ୍ଗୁଲ ଅଛନ୍ତି ଯେ କରୋନାକୁ ମାତ୍ ଦେବାକୁ ଚାଲିଥିବା ଅଭିଯାନକୁ ଭୁଲି ଯାଇଛନ୍ତି ।
ରଜ ପାଇଁ ରାଜଧାନୀ ବଜାର ସରଗରମ ଥିଲା, ଲୋକେ କିଣାକିଣି ପାଇଁ ମାର୍କେଟ୍, ହାଟରେ ଭିଡ ଲଗାଇଥିଲେ । ସବୁଠୁ ବେଶି ଭିଡ ହୋଇଥିଲା । ସପିଂ ପାଇଁ । ଜନପଥରେ ଥିବା ଅମ୍ବର ଶାଢୀ ଦୋକାନ ଭିତରେ ମାଳ ମାଳ ଲୋକ ଗଦା ହୋଇଥିବାରୁ ସାମାଜିକ ଦୂରତା ନିୟମକୁ ଦୋକାନ କର୍ମଚାରୀ ଭୁଲି ଯାଇଥିଲେ । ବିଏମ୍ସି ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ଏକ ଟିମ୍ ଯାଂଚ ପାଇଁ ପହଂଚିଥିଲା ଦୋକାନ ଭିତରେ ଭିଡ ଦେଖି ତତ୍କାଳ ଏହାକୁ ସିଲ୍ କରାଯାଇଥିଲା । ସେହିଭଳି ଜନପଥରେ ଥିବା ସ୍ପୋର୍ଟସ୍ ଏମ୍ପୋରିୟମ୍, ସହିଦନଗରରେ ଥିବା ଲିଙ୍ଗରାଜ ଲସି ଓ ଦୁଇ ହୋଟେଲ, କଳ୍ପନା ଛକ ପାଖ ତାରିଣୀ ବସ୍ତ୍ରାଳୟ ଓ ବିନୋଦ ଟେକ୍ସଟାଇଲସ୍, ରବି ଟକିଜ୍ ଛକ ଭାଇ ଭାଇ ଟିଫିନ ଷ୍ଟଲ୍, ଏକାମ୍ର ରାସ୍ତାରେ ଥିବା ଏକ ଓମଫେଡ୍ ଷ୍ଟଲ୍କୁ ବିଏମ୍ସି ଦକ୍ଷିଣ-ପୂର୍ବ ଜୋନ୍ ଅଫିସ୍ ପକ୍ଷରୁ ସିଲ୍ କରାଯାଇଛି । ମଚେଂଶ୍ୱରରେ ଥିବା ଏକ ଷ୍ଟେସନାରୀ ଦୋକାନ, ଡ୍ରେସ୍ ଦୋକାନ, ଚନ୍ଦ୍ରଶେଖରପୁରର ଏକ ଡ୍ରେସ୍ ଦୋକାନକୁ ବିଡିଏ ଓ ବିଏମସି ଟିମ୍ ସିଲ୍ କରିଥିଲେ । ମାସ୍କ ପିନ୍ଧିନଥିବାରୁ ରୁଚିକା ମାର୍କେଟ୍ରେ ଥିବା ଏକ ଦୋକାନୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ବିଏମ୍ସି ଦକ୍ଷିଣ- ପଶ୍ଚିମ ଜୋନ୍ ପକ୍ଷରୁ ଆଇଆରସିରେ ଥିବାା ବିଶାଲ ମେଗା ମାର୍ଟକୁ ସିଲ୍ କରାଯାଇଛି । ଆଉ କିଛି ଦୋକାନ ମଧ୍ୟ ସିଲ୍ କରାଯାଇଛି । ଆଗକୁ ରହିବ ବୋଲି ଚଢଉ ଅଭିଯାନ ଜାରି ରହିବ ବୋଲି ବିଏମ୍ସି କମିଶନର ପ୍ରୋମଚନ୍ଦ୍ର ଚୌଧୁରୀ କହିଛନ୍ତି । ତେବେ ସମସ୍ତ ଦୋକାନ ସାମାଜିକ ଦୂରତା ନିୟମକୁ ମାନନ୍ତୁ । ଦୋକାନ ଭିତରକୁ ଅଧିକ ଲୋକ ପୂରାଇ ଗହଳି ନ କରିବାକୁ କମିଶନର ଅପିଲ୍ କରିଛନ୍ତ ।

Leave A Reply

Your email address will not be published.

ten − 3 =