ରଥଉପରେ ସୁନାବେଶରେ ଦାରୁବ୍ରହ୍ମ

ପୁରୀ: ନବଦିନାତ୍ମକ ଘୋଷ ଯାତ୍ରା ଶେଷ କରି ସିଂହଦ୍ୱାରରେ ରଥ ଉପରେ ସୁନାବେଶରେ ଆଜି ଦର୍ଶନ ଦେଇଛନ୍ତି ଦାରୁବହ୍ମ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବହୁଡା ଯାତ୍ରା ପରି ଭକ୍ତ୍ ଶୁନ୍ୟ ଶୀ୍ରକ୍ଷେତ୍ରରେ ମହାବାହୁ ରଥ ଉପରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଛନ୍ତି । ଆଜି ଅପରାହ୍ନ ୩ଟାରୁ ଚତୃର୍ଦ୍ଧା ମୂର୍ତୀଙ୍କ ସୁନାବେଶ ଆରମ୍ଭ ହୋଇଥିଲା । ଭଣ୍ଡାର ମେକଅପ ଓ ବଣିଆଙ୍କ ଉପସ୍ଥିତିରେ ସେବାୟତ ମାନେ ଭଣ୍ଡାର ଘରୁ ମହଣ ମହଣ ହୀରାଲୀଳା ଖଚିତ ସୁନା ଆଣି ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ କରାଇଥିଲେ । ଚତୃର୍ଦ୍ଧା ମୂତିଙ୍କୁ ଶ୍ରୀ ହସ୍ତ , ଶ୍ରୀ ପୟର, ସ୍ୱର୍ଣ୍ଣ କିରିଟି, ମୟୁର ଚନ୍ଦ୍ରିକା, ଶ୍ରୀ ଚୁଲକଟି, ଶ୍ରୀ କୁଣ୍ଡଳ, ଶ୍ରୀ ରାହୁରେଖା, ଶ୍ରୀ ମାଲା, ଶ୍ରୀଚିତା, ସ୍ୱର୍ଣ୍ଣ ଶଙ୍ଖ, ଚକ୍ର, ଗଦା , ପଦ୍ମ, ଚମ୍ପା ମାଳ, ସେବତୀ ମାଳ , ଗଦମ୍ବା ଓ ଅଗସ୍ତିମାଳାରେ ଶ୍ରୀଜୀଉ ମାନଙ୍କୁ ଭୁଷିତ କରାଇଥିଲେ ।
ଶ୍ରୀଜୀଉ ବର୍ଷରେ ୪ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି । ତେବେ ମନ୍ଦିର ଭିତରେ ୩ଥର ଏବଂ ରଥ ଉପରେ ଗୋଟିଏ ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀଜୀଉଙ୍କ ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ଅଦଭୁତ ପୂର୍ବ ସୂରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀରେ ମରଚିକୋଟ ଛକରୁ ସିଂହଦ୍ୱାର ଅଂଚଳ ବ୍ୟତିତ ଅନ୍ୟ ସମସ୍ତ ଅଚଂଳକୁ ସକାଳ ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଫ୍ୟୁ କୋହଳ କରାଯାଇଥିଲା । ମାତ୍ର ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କଫ୍ୟୁ ବଳବତର ରହିଥିଲା । ଦୁରଦର୍ଶନ ମାଧ୍ୟମରେ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ କରିଥିଲେ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଏବଂ କୋଭିଡ-୧୯ ଗାଇଡ ଲାଇନ ଅନୁଯାୟୀ ବିନାଭକ୍ତରେ ରଥ ଉପରେ ଦାରୁବ୍ରହ୍ମ ସୁନାବେଶରେ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ରଥ ଉପରେ ଶ୍ରୀଜୀଉଙ୍କ ଅଧରପଣା ନୀତି ଅନୁଷ୍ଠୀତ ହେବ ।

Leave A Reply

Your email address will not be published.

thirteen + sixteen =