ରଥ ଅଡ଼ୁଆ ବଢ଼ୁଛି : ସୁପ୍ରିମକୋର୍ଟରେ ମାମଲା ମେସିନ୍ କିମ୍ବା ହାତୀ ଲଗାଇ ଟାଣିପାର : ହାଇକୋର୍ଟ

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ରଥଯାତ୍ରା ବନ୍ଦ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲାଣି । ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଏଥିନେଇ ଆବେଦନ କରିଛନ୍ତି । ଏହି ଆବେଦନ ସୁପ୍ରିମକୋର୍ଟରେ ଗ୍ରହଣ ହୋଇଥିବା ବେଳେ ଏହା ଶୁଣାଣି ପାଇଁ ରହିଛି । ଏହି ଆବେଦନରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ ଓ ମନ୍ଦିର ପରିଚାଳନା କମିଟିକୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀ ସୁଶାନ୍ତ ପାଢ଼ୀଙ୍କ ସୂଚନା ଅନୁସାରେ, ରଥଯାତ୍ରା ବନ୍ଦ କରିବା ପାଇଁ ସେ ପ୍ରଥମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ରାୟରେ କହିଥିଲେ ଯେ, ରଥଯାତ୍ରା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତି ନେବେ । କିନ୍ତୁ ରାଜ୍ୟ ସରକାର ଏଯାଏ କିଛି ସ୍ପଷ୍ଟ କରିନାହାନ୍ତି । କେବଳ ସେବାୟତରେ ରଥଯାତ୍ରା ହେବା ସମ୍ଭବପର ହେବନାହିଁ । ସାମାଜିକ ଦୂରତ୍ୱ କିପରି ରକ୍ଷା କରାଯାଇପାରିବ ବୋଲି ସେ ନେଇ ସଂଶୟ ପ୍ରକାଶ କରି ସୁଶାନ୍ତ ପାଢ଼ୀ ଏହି ଆବେଦନ କରିଛନ୍ତି । ଫଳରେ ରଥଯାତ୍ରା ହେବ କି ନାହିଁ, ତାହା ସୁପ୍ରିମକୋର୍ଟଙ୍କ ବିଚାର ଉପରେ ନିର୍ଭର କରୁଛି । ଯଦିଓ କେନ୍ଦ୍ର ସରକାର ଓ ହାଇକୋର୍ଟ ପୂର୍ବରୁ ରଥଯାତ୍ରା ପ୍ରସଙ୍ଗରେ ସରକାରଙ୍କୁ ନିଷ୍ପତି ନେବା କଥା କହିଛନ୍ତି, ରଥ ନିର୍ମାଣ ଓ ଆନୁସଙ୍ଗିକ କାର୍ଯ୍ୟ ସହିତ ଆଉ କୌଣସି ପଦକ୍ଷେପ ସରକାର ନେଇନାହାନ୍ତି । ଏପରିକି ପୁରୀରେ ନା ବଡ଼ଦାଣ୍ଡରୁ ଦୋକାନ ଉଠିଛି ନା ପୋଲିସ ନିୟୋଜନ ସଂକ୍ରାନ୍ତ ନିର୍ଦେଶନାମା ଜାରି ହୋଇଛି! ଏଭଳି ପରିସ୍ଥିତିରେ ଏହି ମାମଲା ଅନେକ ଗୁରୁତ୍ୱ ବହନ କରେ ।

Leave A Reply

Your email address will not be published.

12 + 8 =