ଭୁବନେଶ୍ୱର : ପବିତ୍ର ଘୋଷ ଯାତ୍ରା ପାଇଁ ପୁଣି ଦ୍ୱନ୍ଦ୍ୱ ବଢ଼ାଇଲା ଲକ୍ ଡାଉନ । ସାଂପ୍ରତିକ ପରିସ୍ଥିତିକୁ ଉପଲବ୍ଧି କରି କେନ୍ଦ୍ର ସରକାର ଲକ୍ ଡାଉନ ଅବଧିକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ଫଳରେ ଆସନ୍ତା ଜୁନ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇ ପାରି କି ନାହିଁ ସେ ନେଇ ଆଶଂକା ସୃଷ୍ଟି ହୋଇଛି । ମହାମାରୀ କରୋନା ଯୋଗୁଁ ଚଳିତ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ଘୋଷଣା କରାଯାଇଥିଲା ।ଏହା ପରେ ରଥଯାତ୍ରା ସମ୍ପର୍କରେ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟୀ ସୂଚନା ଦେଇଥିଲା । କେନ୍ଦ୍ର ସରକାର ପୁଣି ଲକ୍ ଡାଉନ ସମୟ ସୀମା ଆଉ ଦୁଇ ସପ୍ତାହ ବୃଦ୍ଧିକରିବା ଫଳରେ ସମସ୍ୟା ଦେଖା ଦେଇଛି ।ଏହି ସଙ୍କଟ ଯୋଗୁ ଏ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ ।