ରାଜଧାନୀରେ ଅଗ୍ନିବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଆଜି ପୁଣି ସବୁଠୁ ଉତପ୍ତ ସହରରେ ପରିଣତ ହୋଇଛି । ରାଜଧାନୀର ତାପମାତ୍ରା ୪୪ଡିଗ୍ରୀରେ ପହଞ୍ଚିଥିବା ଆଶଙ୍କା କରାଯାଉଛି । ଅସହ୍ୟ ରୌଦ୍ରତାପ ସାଙ୍ଗକୁ ସଟ୍ଡାଉନ୍ ଯୋଗୁଁ ରାଜଧାନୀର ରାଜରାସ୍ତା ଶୂନଶାନ ହୋଇପଡିଥିଲା । ଆଜି ପୂର୍ବାହ୍ନ ୧୦ଟାରୁ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହୋଇଥିଲା ବେଳେ ଜନଜୀବନ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ଅନ୍ୟପକ୍ଷରେ ଆଶନ୍ତା ୨୪ ଘଂଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ ଓ ନୟାଗଡଜିଲ୍ଲାରେ ଅଗ୍ନିବଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରିକରିଛି ।

Leave A Reply

Your email address will not be published.

five × 1 =