ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ପ୍ରଚଳନ

ଭୁବନେଶ୍ୱର: ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଗତ ୬ ତାରିଖରୁ ଓଡ଼ିଶା ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହୋଇଛି । ଏହି ଉଦେଶ୍ୟରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ୱେବ୍ ପୋର୍ଟାଲ ବିକଶିତ କରାଯାଇଛି । ଏହା ମାଧ୍ୟମରେ ଅଭିଯୋଗକାରୀ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ନିଜ ଅଭିଯୋଗ ଅପ୍ଲୋଡ଼୍ କରିପାରିବେ । ଏହା ପ୍ରାପ୍ତ ହେଲା ପରେ ସଂପୃକ୍ତ ବିଭାଗକୁ ତାର ଫଏସଲା ନିମନ୍ତେ ଯଥାସଂଭବ ତୁରନ୍ତ ପଦକ୍ଷେପ ନେବାକୁ ପଠାଇଦିଆଯିବ । ୱେବ୍ ପୋର୍ଟାଲରେ ଅଭିଯୋଗ ଅପ୍ଲୋଡ଼୍ ହେଲା ମାତ୍ରେ ଅଭିଯୋଗକାରୀ ନିଜ ଫୋନ୍ ନ ମ୍ବରରେ ପଂଜୀକରଣ ସଂଖ୍ୟା ସହ ଏକ ମେସେଜ୍ ପାଇବେ । ଏହି ପଂଜୀକରଣ ସଂଖ୍ୟାକୁ ପରବର୍ତୀ ସମୟରେ ଅଭିଯୋଗକାରୀ ନିଜ ଅଭିଯୋଗର ସ୍ଥିତି ସଂପର୍କରେ ଜାଣିବାକୁ ବ୍ୟବହାର କରିପାରିବେ ।

Leave A Reply

Your email address will not be published.

fourteen − 8 =