ରାଜ୍ୟରେ୧୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୯୯, ସ୍ଥାନୀୟ ୭୧। ମୋଟ ପଜିଟିଭ ୩,୩୯,୨୪୬କୁ ବୃଦ୍ଧି ପାଇଛି। ୩,୩୬,୨୬୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୦୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।


୨୩ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ନୂଆପଡାରୁ ସର୍ବାଧିକ ୨୭ , କଟକ ଓ ଖୋର୍ଦ୍ଧାରୁ ୨୩, ସୁନ୍ଦରଗଡରୁ ୨୨ ଆକ୍ରାନ୍ତ ଚିହ୍ନଟ। ଅନୁଗୁଳରୁ ୨, ବାଲେଶ୍ୱର ୭, ବରଗଡ ୨, ଭଦ୍ରକ ୧, ବଲାଙ୍ଗୀର ୫, ଦେଓଗଡ ୩, ଗଜପତି ୧, ଗଞ୍ଜାମ ୧, ଯାଜପୁର ୫, ଝାରସୁଗୁଡା ୭,କଳାହାଣ୍ଡି ୮, କେନ୍ଦ୍ରାପଡା ୧, କେନ୍ଦୁଝର ୨, କୋରାପୁଟ ୨, ମୟୁରଭଞ୍ଜ ୮, ପୁରୀ ୪, ରାୟଗଡା ୨, ସମ୍ବଲପୁର ୭, ସୋନପୁର ୧, ଷ୍ଟେଟ ପୁଲରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

5 × 5 =