ରାଜ୍ୟରେ ଅନଲକ ୨ର ଗାଇଡଲାଇନ

ଭୁବନେଶ୍ୱର- ବୁଧବାର ଠାରୁ ରାଜ୍ୟରେ ଅନଲକ୨ ପ୍ରକ୍ରିୟା ଜାରି ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାନ ବନ୍ଦ ରହିବ । ପୂର୍ବବତ ଜିମ, ସୁଇମିଂପୁଲ, ପାର୍କ, ବାର, ଅଟିଟୋରିଅମ୍, ବିଧାନସଭା ଗୃହ ବନ୍ଦ ରହିବ । ସେହିପରି ସାମାଜିକ, ରାଜନୈତିକ, ଖୋଳ, ମନୋରଂଜନ, ସଂସ୍କୃତିକ କାର୍ଯ୍ୟ ବନ୍ଦ କରିବା ସହ ଗୋଟିଏ ସ୍ଥାନରେ ଅଧିକାଂଶ ଲୋକ ଏକଜୁଟ ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଧାର୍ମିକ ଅନୁଷ୍ଠାନ ମାନ ମଧ୍ୟ ବନ୍ଦ ରହିବ । ରାତ୍ରିକାଳୀନ କର୍ଫ୍ୟୁରେ ସାମନ୍ୟ କୋହଳ କରାଯାଇଛି । ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଏଥି ସହିତ ଓଡିଶାକୁ ଅଧିକ ବିମାନ ଓ ଟ୍ରେନ ଆସିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.

six + 5 =