ରାଜ୍ୟରେ ଆଉ ୮୯୧୪ ପଜିଟିଭ୍ : ୫ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ଦିନକରେ ୮୯୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୫୦୮୧ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮୩୩ ଜଣ ସଙ୍ଗରୋଧରୁ ଚିହ୍ନଟହୋଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡରୁ ୪୫୨, ଭଦ୍ରକରୁ ୩୫୧, ବଲାଙ୍ଗୀରରୁ ୨୯୧, ବୌଦ୍ଧରୁ ୧୭୫, କଟକରୁ ୫୮୭, ଦେବଗଡରୁ ୧୦୩, ଢେଙ୍କାନାଳରୁ ୧୪୯, ଗଜପତିରୁ ୨୬୨, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୨୩୨, ଝାରସୁଗୁଡାରୁ ୩୦୪, କଳାହାଣ୍ଡିରୁ ୨୩୬, କନ୍ଧମାଳରୁ ୬୨, କେନ୍ଦ୍ରାପଡାରୁ ୧୩୨, କେନ୍ଦୁଝରରୁ ୧୦୪, କୋରାପୁଟରୁ ୧୪୫, ମାଲକାନଗିରିରୁ ୭୩, ମୟୁରଭଞ୍ଜରୁ ୧୩୪, ନବରଙ୍ଗପୁରରୁ ୪୩୩, ନୟାଗଡରୁ ୧୯୪, ନୂଆପଡାରୁ ୨୭୮, ପୁରୀରୁ ୫୩୦, ରାୟଗଡାରୁ ୧୫୭, ସମ୍ବଲପୁରରୁ ୫୨୦, ସୋନପୁରରୁ ୧୨୧, ସୁନ୍ଦରଗଡରୁ ୫୯୨ଓ ଷ୍ଟେଟ ପୁଲ୍‌ରୁ ୨୫୫ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ୫ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ୩ଏବଂ ଖୋର୍ଦ୍ଧାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୨୦୭୩କୁ ବୃଦ୍ଧିପାଇଛି । ମୃତକଙ୍କ ମଧ୍ୟରୁ ଦୁଇଜଣ ଅନ୍ୟାନ୍ୟ ରୋଗୀରେ ପୂର୍ବରୁ ଆକ୍ରାନ୍ତ ଥିବା ଜଣାଯାଇଛି । ଆଜିକୁ ମିଶାଇ ଦୁଇଦିନ ହେଲା ରାଜ୍ୟରେ ସଂକ୍ରମଣ ପ୍ରାୟତ ସ୍ଥିର ସ୍ଥିତିରେ ରହିଥିବାବେଳେ ଗତ ୨୪ ଘଂଟା ମଧ୍ୟରେ ମୃତ୍ୟୁସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇବା ସାମାନ୍ୟ ଆଶ୍ୱସ୍ତିର ବିଷୟ ହୋଇଛି । ତେବେ ଖୋର୍ଦ୍ଧାରେ ସଂକ୍ରମଣ ସ୍ତର ଶୀର୍ଷରେ ରହିବା ମୁଖ୍ୟ ଚିନ୍ତାର କାରଣ ପାଲଟିଛି । ସରକାରଙ୍କ ପକ୍ଷରୁ ଆସନ୍ତା ୫ ତାରିଖରୁ ଘୋଷଣା କରାଯାଇଥିବା ତାଲାବନ୍ଦ ଦ୍ୱାରା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଚିକିତ୍ସା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.

fifteen + 11 =