ରାଜ୍ୟରେ କରୋନା ନେଲା ୧୪ ଜୀବନ, ମୋଟ ମୃତକ ସଂଖ୍ୟା ୧୭୧୮କୁ ବୃଦ୍ଧି

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ହଜାର ୭୧୮କୁ ବୃଦ୍ଧି ପାଇଛି। ୧୪ ଜଣ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଓ ଅନୁଗୁଳରୁ ସର୍ବାଧିକ ୪ ଜଣ ଲେଖାଏଁ ଥିବାବେଳେ ବାଲେଶ୍ୱର ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ ଏବଂ ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁ ଅଛନ୍ତି। ତେବେ ଏହି ୧୪ ଜଣ ଆକ୍ରାନ୍ତ କରୋନା ସହ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।

Leave A Reply

Your email address will not be published.

two × two =