ରାଜ୍ୟରେ କରୋନା ନେଲା ଆଉ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ୧୭ଟି ଜିଲ୍ଲାରୁ ଏହି ୪୫ ଜଣଙ୍କ ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଉନ୍ତି । ଏହା ସହିତ ଏହି ଜିଲ୍ଲାରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୫୦୭କୁ ବୃଦ୍ଧି ପାଇଛି, ଯାହା ସାରା ରାଜ୍ୟରେ ଅଧିକ । କଟକ ଓ କଳାହାଣ୍ଡି ଜିଲ୍ଲାରୁ ଆଉ ୫ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ, ଢ଼େଙ୍କନାଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ ଏବଂ ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବରଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ମାଲକାନଗିରି, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଅନୁଗୋଳ ଜିଲ୍ଳାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୬କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୧୦, ବରଗଡରେ ୫୬, ବୌଦ୍ଧରେ ୬୦, କଟକରେ ୧୮୯, ଢ଼େଙ୍କାନାଳରେ ୪୩, ଜଗତସିଂହପୁରରେ ୫୦, ଯାଜପୁରରେ ୩୪, ଝାରସୁଗୁଡାରେ ୭୫, କଳାହାଣ୍ଡିରେ ୧୪୦, କେନ୍ଦ୍ରପଡାରେ ୫୫, ମାଲକାନଗିରିରେ ୩୪, ମୟୂରଭଞ୍ଜରେ ୧୦୩, ନୟାଗଡରେ ୫୪, ରାୟଗଡ଼ାରେ ୧୨୦ ଓ ସୁନ୍ଦରଗଡ ଜିଲ୍ଲାରେ ୨୯୨କୁ ବୃଦ୍ଧି ପାଇଛି । ଶ୍ରୀ ମହାପାତ୍ର କହିବା ଅନୁଯାୟୀ, ଆଉସପ୍ତହକ ମଧ୍ୟରେ ରାଜ୍ୟର ସଂକ୍ରମଣ ହାର ୫% ତଳକୁ ଖସିପାରେ । ଏବେ ବେସ୍ ଲାଇନ୍ ଇନ୍‌ଫେକ୍ସନ କମୁଛି । ଆଇସିୟୁରେ ୭୩% ଓ ଭେଂଟିଲେଟରରେ ୬୨% କରୋନା ରୋଗୀ ଥିଲା ବେଳେ ଜେନେରାଲ ବେଡ ଗୁଡିକ ଖାଲିପଡିଛି ।

Leave A Reply

Your email address will not be published.

3 × one =