ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱରେ- ରାଜ୍ୟରେ ପୁଣି କରୋନାରେ ନେଲା ଆଉ ୪ ଜୀବନ । ମୃତକଙ୍କ ଘର କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମ ରହିଛି । ସେମାନଙ୍କ ବୟସ ଯଥାକ୍ରମେ ୭୧, ୭୧,୮୦, ୪୦,ବର୍ଷ ରହିଛି । ମୃତ୍ୟୁବରଣ କରିଥିବା କଟକର ୭୧ ବର୍ଷୀୟ ବୃଦ୍ଧ ପୂର୍ବରୁ କ୍ୟାନସର ରୋଗରେ ପୀଡିତ ଥିଲେ । ସେହିପରି ଭୁବନେଶ୍ୱର ମୃତ୍ୟୁବରଣ କରିଥିବା ୭୧ ବର୍ଷୀୟ ବୃଦ୍ଧ ମଧ୍ୟ କ୍ୟାନସର ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ୮୦ ବର୍ଷୀୟ ବୃଦ୍ଧ ପୂର୍ବରୁ ଡାଇବୋଡିସି ଓ ହୃଦରୋଗରେ ଆକ୍ରାନ୍ତ ଥିଲେ । ଖୋର୍ଦ୍ଧାର ୪୦ ବର୍ଷୀୟ ମହିଳା କରୋନାରେ ମୃତ୍ୟୁ ବରଣ କାରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପଂହଚିଛି ।

Leave A Reply

Your email address will not be published.

16 + eleven =