ରାଜ୍ୟରେ କରୋନା ୬ଲକ୍ଷ ପାର୍‌

ଭୁବନେଶ୍ୱର:: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଆଜି ରାଜ୍ୟରେ ୧୧,୮୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୬୧୧ରୁ ଚିହ୍ନଟ ହୋଇଥିବା ବେଳେ ୫୧୯୪ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ଅତିକ୍ରମ କରିଛି । ସେହିପରି ରାଜ୍ୟରେ ଆଜି ଆଉ ୨୧ଜଣଙ୍କର ମୃତ୍ୟୁ ଘଟିବା ଫଳରେ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି ।
ଆଜି ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନୁଗୁଳରୁ ୬୬୮, ବରଗଡରୁ ୪୨୧, ଭଦ୍ରକରୁ ୩୦୦, ବାଲେଶ୍ୱରରୁ ୩୦୩, ବଲାଙ୍ଗୀରରୁ ୩୫୮, ମୟୁରଭଞ୍ଜରୁ ୩୭୪, ପୁରୀରୁ ୩୮୮, ଯାଜପୁରରୁ ୪୩୬, ଝାରସୁଗୁଡାରୁ ୩୨୭, ବୌଦ୍ଧରୁ ୨୪୬, ଦେବଗଡରୁ ୧୦୯, ଢେଙ୍କାନାଳରୁ ୨୮୦, ଗଜପତିରୁ ୧୧୫, ଗଞ୍ଜାମରୁ ୩୩୧, କୋରାପୁଟରୁ ୧୯୬, ଜଗତସିଂହପୁର ୨୭୪, ଯାଜପୁରରୁ ୩୯୨, କଳାହାଣ୍ଡିରୁ ୩୭୭, କନ୍ଧମାଳରୁ ୮୩, କେନ୍ଦ୍ରାପଡାରୁ ୧୪୭, କେନ୍ଦୁଝରରୁ ୧୮୮, ମାଲକାନଗିରିରୁ ୯୪, ନବରଙ୍ଗପୁରରୁ ୨୩୯, ନୟାଗଡରୁ ୨୮୦, ନୂଆପଡାରୁ ୩୦୭, ରାୟଗଡାରୁ ୧୩୭, ସମ୍ବଲପୁରରୁ ୫୫୩, ସୋନପୁରରୁ ୨୧୪, ସୁନ୍ଦରଗଡରୁ ୧୨୦୯ ଜଣ ଓ ଷ୍ଟେଟପୁଲରୁ ୨୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
୧୧ଟି ଜିଲ୍ଲାରୁ ଏହି ୨୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳରୁ ୩ଜଣଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ, ରାୟଗଡା ଓ ସୁନ୍ଦରଗଡରୁ ୨ଜଣ ଲେଖାଁଏ ପ୍ରାଣ ହରାଇଛନ୍ତି । ସେହିପରି ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି ।
ଆଉ ୪ଜଣଙ୍କ ମୃତ୍ୟୁ ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟ ସଂଖ୍ୟା ୪୦୪କୁ ବୃଦ୍ଧି ପାଇଛି, ଯାହା ରାଜ୍ୟରେ ସର୍ବାଧିକ । ଅନୁଗୁଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୫୯କୁ ବୃଦ୍ଧି ପାଇଥିବା ବେଳେ କଳାହାଣ୍ଡିରେ ୬୬, କେନ୍ଦ୍ରାପଡାରେ ୩୪, ପୁରୀରେ ୧୪୧, ରାୟଗଡାରେ ୮୨ ଓ ସୁନ୍ଦରଗଡରେ ୨୨୧ ହୋଇଛି । ବୌଦ୍ଧରେ ୨୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଗଜପତିରେ ୪୦, କୋରାପୁଟରେ ୨୧ ଓ ନୂଆପଡାରେ ୩୮ ଜଣ ଜୀବନ ହରାଇଛନ୍ତି । ସୂଚନଯୋଗ୍ୟ, ଘାତକ ସାଜିଲାଣି ମେ’ ମାସ । ଗତ ୪ତାରିଖରୁ ଆଜି ମଧ୍ୟରେ କେବଳ ୨୨୧ ଜୀବନ ନେଲାଣି କରୋନା । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୪୯୨ରେ ପହଞ୍ଚିଥିବା ବେଳେ ୪,୯୧, ୬୭୪ ଜଣ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ଏବେ ୧ଲକ୍ଷ ୬୪୭୧ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି ।

Leave A Reply

Your email address will not be published.

2 × five =