ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ ଟିକା ନୀତି ଅନୁଯାୟୀ ଗତ ୨୧ ତାରିଖ ଠାରୁ ରାଜ୍ୟରେ କରୋନା ଟିକାକରଣ ଅଭିଯାନ ଜୋରଦାର ଚାଲିଥିବା ବେଳେ ଏବେ ଆସନ୍ତା ଦିନେ ୨ଦିନ ମଧ୍ୟରେ କେନ୍ଦ୍ର ସରକାର ଟିକା ନଦେଲେ ରାଜ୍ୟରେ ପୁଣି ଟିକା ଅଭାବ ପଡିବା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟକୁ ଜୁନ୍ ମାସ ପାଇଁ ଆବଶ୍ୟକୀୟ ୬ଲକ୍ଷ କୋଭିସିଲ୍ଡ ଟିକା ପଠାଇବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ୩ଲକ୍ଷ ୮୦ ହଜାର କୋଭିସିଲ୍ଡ ଟିକା ମହଜୁଦ୍ ରହିଛି । ଦୈନିକ ହାରାହାରି ୩ଲକ୍ଷ ଟିକାକରଣ କରାଯାଉଥିଲା ବେଳେ ଏହି ଟିକା ଆଉ ମାତ୍ର ଦିନକ ପରେ ଶେଷ ହୋଇଯିବ । ଫଳରେ ରାଜ୍ୟରେ ଟିକାର ଅଭାବ ଯୋଗୁଁ ଟିକା ଦାନ କେନ୍ଦ୍ର ଗୁଡିକ ବନ୍ଦ ହୋଇଯିବ । ତେଣୁ ତୁରନ୍ତ ଜୁନ୍ ମାସର ଅବଶିଷ୍ଟ ୨ଦିନ ପାଇଁ ତୁରନ୍ତ ୬ ଲକ୍ଷ ଡୋଜ୍ ଟିକା ପଠାଇବାକୁ ସେ ଅନୁରୋଧ କରିଛନ୍ତି । ପ୍ରକାଶ ଥାଉକି ରାଜ୍ୟରେ ଇତି ମଧ୍ୟରେ କୋଟିଏ ୪୦ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।