ରାଜ୍ୟରେ ପୁଣି ସଂକ୍ରମଣ ୬ହଜାରକୁ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଗତ ୨ଦିନ ଧରି ମହାମାରୀ କରୋନା ସଂକ୍ରମଣ ୬ହଜାର ତଳକୁ ଖସିଥିବା ବେଳେ ଆଜି ପୁର୍ନ୍ନବାର ୬ହଜାର ଉପରକୁ ଅତିକ୍ରମ କରିଛି । ଆଜି ଦିନକରେ ରାଜ୍ୟରେ ୬ ହଜାର ୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୩୯୭ ଜଣ ପଜିଟିଭ ଓ ସ୍ଥାନୀୟ ସଂକ୍ରମଣରୁ ୨୬୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୩୫ ଜଣ, ବାଲେଶ୍ୱରରୁ ୨୮୬ ଜଣ, ବରଗଡ଼ରୁ ୧୨୨ ଜଣ, ଭଦ୍ରକରୁ ୨୬୨ ଜଣ, ବଲାଙ୍ଗୀରରୁ ୬୬ ଜଣ, ମୟୁରଭଞ୍ଜରୁ ୩୩୩ ଜଣ, ନବରଙ୍ଗପୁରରୁ ୧୫୧ ଜଣ, ନୟାଗଡରୁ ୧୯୧ ଜଣ, ନୂଆପଡ଼ାରୁ ୨୩ ଜଣ, ପୁରୀରୁ ୩୨୪ ଜଣ, ରାୟଗଡାରୁ ୧୦୮ ଜଣ, ସମ୍ବଲପୁରରୁ ୧୩୧ ଜଣ, ସୋନପୁରରୁ ୬୫ ଜଣ, ସୁନ୍ଦରଗଡରୁ ୨୮୩ ଜଣ, ଷ୍ଟେଟ ପୁଲରୁ ୧୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ବୌଦ୍ଧରୁ ୭୯, କଟକରୁ ୫୩୧, ଦେବଗଡରୁ ୨୪, ଢେଙ୍କାନାଳରୁ ୨୯୧, ଗଜପତିରୁ ୩୪, ଗଞ୍ଜାମରୁ ୭୩, ଜଗତସିଂହପୁରରୁ ୧୯୬, ଯାଜପୁରରୁ ୪୦୬, ଝାରସୁଗୁଡାରୁ ୪୧, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୨୧୮, କେଉଁଝରରୁ ୧୨୦, ଖୋର୍ଦ୍ଧାରୁ ୭୯୬, କୋରାପୁଟରୁ ୧୪୨, ମାଲକାନଗିରିରୁ ୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮୮୩୬ ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୧୧୧୯ରେ ପହଂଚିଥିବାବେଳେ ୭୫୬୬୪୧ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୭୨୩୧୨ଟି ସକ୍ରିୟ ମାମଲା ରହିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଥମୁନି କରୋନା ମୃତ୍ୟୁ । ପ୍ରତିଦିନ ମୃତକଙ୍କ ସଂଖ୍ୟା ୪୦ ଅତିକ୍ରମ କରୁଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୧୨୩ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫, ଅନୁଗୁଳ,କଟକ,ଝାରସୁଗୁଡା,ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀର, ବୌଦ୍ଧରୁ ୩ ଲେଖାଏଁ, ଗଞ୍ଜାମ, ମୟୁରଭଞ୍ଜ, ପୁରୀରୁ ୨ ଲେଖାଏଁ, ସମ୍ବଲପୁର, ରାୟଗଡା, ନୂଆପଡା, କୋରାପୁଟ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.

one × three =