ରାଜ୍ୟରେ ବଢିଲା କରୋନା ମୃତ୍ୟୁ ଦିନକରେ ଗଲା ତିନି ଜୀବନ

ଭୁବନେଶ୍ୱର,୨୩.୬ (ନି.ପ୍ର.): ରାଜ୍ୟରେ ଆଜି ଆଉ ତିନି ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮ ରେ ପହଞ୍ଚିିିିିିଯାଇଛି । ଏହି ୩ ମୃତକ କଟକର । ଉଭୟଙ୍କର ଡାକ୍ତରଖାନରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।ରାଜ୍ୟର ଆଜି ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧଧ୍ୟରୁ କ୍ୱାରେନଟାଇନ୍ ୧୫୦ ଜଣ ଥିବା ବେଳେ ୧୭ ଟି ହେଉଛି ସ୍ଥାନୀୟ ଆକ୍ରାନ୍ତ ବୋଲି ସୁଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଗଜପତିରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୩୦, ଜଗତସିଂପୁରରୁ ୧୯ ଜଣ ଓ ମୟୁରଭଞ୍ଜରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୧୩, ଖୋର୍ଦ୍ଧାରୁ ୮, କେନ୍ଦ୍ରାପଡାରୁ ୭, ରାୟଗଡା ଓ ଯାଯପୁରରୁ ୫ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୯ ଜଣ, ସୁନ୍ଦରଗଡ ଓ କଟକରୁ ୩ ଜଣ ଲେଖାଏଁ ଚିହ୍ନଟ, ନୟାଗଡ, କୋରାପୁଟରୁ ୨ ଲେଖାଏଁ ଚିହ୍ନଟ ଓ ବଲାଙ୍ଗିର, ବରଗଡ ଓ ପୁରୀରୁ ୧ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଗତ ୪ ଦିନ ଧରି ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ମୃତକଙ୍କ ମଧ୍ୟରେ ଜଣଙ୍କୁ ୭୧ ବର୍ଷ ଓ ଅନ୍ୟଜଣଙ୍କ ୫୩ ବର୍ଷ ଏବଂ ଅନ୍ୟ ଜଣଙ୍କୁ ୮୦ ବର୍ଷ ବୟସ ହୋଇଥିବା କୁହାଯାଇଛି । ୭୧ ବଷିୀୟ ବୃଦ୍ଧ ଜଣଙ୍କ ଡାଇବେଟିସ ଓ କୀଡନୀ ଜନିତ ରୋଗରେ ମଧ୍ୟ ପୀଡିତ ଥିଲେ । ଏହି ଦୁଇ ମୃତ୍ୟୁ ସହିତ କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଯାଇଛି । ଏଠାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

three × four =